Odisha news

ଭାରତୀୟ ନୌସେନା ର ସମୁଦ୍ର ସେତୁ ଅଭିଯାନ ପୁଣି ଥରେ ଆରମ୍ଭ

0

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆଜି (ସୋମବାର) ଠାରୁ ସମୁଦ୍ର ସେତୁ ଅଭିଯାନ ଜରିଆରେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା କାର୍ଯ୍ୟ ପୁଣି ଥରେ ଆରମ୍ଭ କରିଛି।
ସମୁଦ୍ର ସେତୁର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଭାରତୀୟ ନୌସେନା ଜାହାଜ ଆଇଏନଏସ ଶାର୍ଦ୍ଦୁଳ ଇରାନର ବନ୍ଦର ଅବ୍ଦାସରୁ ଭାରତୀୟମାନଙ୍କୁ ଗୁଜୁରାଟର ପୋରବନ୍ଦରରେ ପହଞ୍ଚାଇବ। ଯେଉଁ ଭାରତୀୟମାନେ ଏଥିରେ ଆସିବେ ଇରାନରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି।

ଆଇଏନଏସ ଶାର୍ଦ୍ଦୁଳର ବୋର୍ଡରେ ସାମାଜିକ ଦୂରତା ରକ୍ଷା, ଅତିରିକ୍ତ ଚିକିତ୍ସା ସୁବିଧା, ଔଷଧ ଭଣ୍ଡାର ପିପିଇ କିଟ୍‌ ଇତ୍ୟାଦି ସହ ଡାକ୍ତରୀ ଉପକରଣ ଓ ଚିକିତ୍ସକ ସୁବିଧା ମହଜୁଦ ରହିଛି। ସ୍ଥାନାନ୍ତରିତ ହେଉଥିବା ସମସ୍ତଙ୍କୁ ମୌଳିକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ। ଆବଶ୍ୟକ ହେଲେ ସଙ୍ଗରୋଧ ଗୃହର ମଧ୍ୟ ବ୍ୟବସ୍ଥା ରହିଛି। ତେବେ ଲକ୍ଷଣ ଥିବା ଓ ନଥିବା ନିର୍ବିିଶେଷରେ ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ ନିୟମାବଳୀ ପାଳନ କରିବାକୁ ହେବ। ପୋର ବନ୍ଦର ପହଞ୍ଚିବା ପରେ ସମସ୍ତ ସ୍ଥାନାନ୍ତରିତ ବ୍ୟକ୍ତିଙ୍କୁ ଗୁଜରାଟ ରାଜ୍ୟ ସରକାରଙ୍କ ଜିମାରେ ଛଡା ଯିବାର କାର୍ଯ୍ୟକ୍ରମ ରହିଛ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳଶ୍ୱ ଏବଂ ମଗର ମାଳଦ୍ୱୀପ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ୨୮୭୪ ଜଣ ପ୍ରବାସୀ ଭାରତୀୟଙ୍କୁ କୋଚି ଏବଂ ତୁତିକୋରିନରେ ଆଣି ପହଞ୍ଚାଇଥିଲା।

Leave A Reply