ପଟ୍ଟାମୁଣ୍ଡାଇ: ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱ ଥରହର ହୋଇପଡିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲାରେ ସମଗ୍ର ବିଶ୍ୱରେ ରୋଲ ମଡେଲ ସାଜିବା ସହିତ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡିଶା କରୋନା ମୁକାବିଲାରେ ସଫଳ ହୋଇଛି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଚଂମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ନିଷ୍ପତି ଅନେକ ସଫଳତା ଆଣି ଦେଇଛି ।
ପଟ୍ଟାମୁଣ୍ଡାଇ ସାନଜରିଆ ପଚାଂୟତର ସରପଚଂ ରଶ୍ମିତା ବାରିକଙ୍କ ନେତୃତ୍ୱରେ ପରିଚାଳିତ ଜରିଆ ବଳଦେବ ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ୩୩ ଜଣ ପ୍ରବାସୀ ସରକାରୀ ନିୟମାନୁଯାୟୀ ସଙ୍ଗରୋଧରେ ରହି ସୁସ୍ଥ ଅବସ୍ଥାରେ ଘରକୁ ଫେରି ଯାଇଛନ୍ତି । ଆଜି ଏହି ସଙ୍ଗରୋଧ କେନ୍ଦ୍ରରେ ବିଡିଓ ଭରତ ଚନ୍ଦ୍ର ପରିଡା, ତହସିଲଦାର ଶରତ କୁମାର ଗିରି, ମେଡିକାଲ ଅଫିସର ଡା. ନିରାକାର ପରିଡା, ନୋଡାଲ ଅଫିସର ଇଂ. ଶ୍ରବଣ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଶ୍ରୀଚରଣ ବାରିକ, ସୁରେନ୍ଦ୍ର ପରିଡା ଓ ଗଗନ ପ୍ରସାଦ ବାରିକ ପ୍ରବାସୀମାନଙ୍କୁ ଡିସଚାର୍ଯ ସାର୍ଟିଫିକେଟ ପ୍ରଦାନ କରିଥିଲେ ।