ପଟ୍ଟାମୁଣ୍ଡାଇ ତା୨୪.୫- ମହାମାରୀ କରୋନା ଯୋଗୁଁ ସବୁ ଧର୍ମୀୟ ଉସôବ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି । ବିଶ୍ୱବ୍ୟାପି କରୋନାର ଭୟାବହତା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସନାତନ ଧର୍ମର ପ୍ରତୀକ ସବୁ ଦେବାଦେବୀ ମନ୍ଦିର, ମଠ, ବିବାହ, ବ୍ରତ ଆଦି ଧର୍ମୀୟ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯିବା ଫଳରେ ସାମାଜିକ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଅପରନ୍ତୁ ମୁସଲମାନମାନଙ୍କର ପବିତ୍ର ଧର୍ମୀୟ ଉସôବ ରମଜାନ ପାଳନ ଉପରେ ମଧ୍ୟ ସରକାର କଟକଣା ଲାଗୁ କରିଛନ୍ତି । ସାମାଜିକ ଦୂରତ୍ୱ ମଧ୍ୟରେ ନିଜ ନିଜ ଘରେ ରମଜାନ ପାଳନ କରିବା ପାଇଁ ସରକାର ପରାର୍ମଶ ଦେଇଛନ୍ତି । ପ୍ରଶାସନିକ କଟକଣା ଓ ପ୍ରଶାସନିକ ଅଧିକାରୀମାନଙ୍କ କଡା ନଜର ମଧ୍ୟରେ ରମଜାନ ଉସôବ ପାଳନ କରାଯାଉଛି ।
ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କୁ କରୋନା ଓ ରମଜାନ ଉସôବ ପାଳନ ସମୟରେ ସହାୟତା କରିବା ଓ ସୁଖଦୁଃଖରେ ଭାଗୀ ହେବାକୁ ଦଳର ସଂଖ୍ୟାଲଘୁ ନେତାମାନଙ୍କୁ ପରାର୍ମଶ ଦେଇଛନ୍ତି । ବିଜେଡି ସୁପ୍ରିମୋଙ୍କ ପରାର୍ମଶରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣସଂପାଦିକା ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟା ରିଜୁୱାନା ବେଗମ ବିଭିନ୍ନ ମୁସଲମାନବସ୍ତିର ଭାଇଭଉଣୀମାନଙ୍କୁ କରୋନା ମହାମାରୀରୁ ମୁକ୍ତି ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ମାକ୍ସ ଓ ସାନିଟାଇଜର ବଟଂନ କରିଥିଲେ ।
ସଂପ୍ରତି ରମଜାନ ଉସôବକୁ ସରକାରୀ କଟକଣା ଓ ସାମାଜିକ ଦୂରତ୍ୱ ମଧ୍ୟରେ ଘରେ ଘରେ ପାଳନ କରିବାକୁ ନିବେଦନ କରିବା ସହିତ ଗରିବ ସଂଖ୍ୟାଲଘୁ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଖାଦ୍ୟ ସାମଗ୍ରୀ ବଟଂନ କରିଥିଲେ । ତାଙ୍କର ଏହି ସମାଜସେବା କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।