Odisha news

ଲକ୍ଷାଧିକ ଟଙ୍କାର କାଠ ଜବତ

0

ବୋଲଗଡ : ବୋଲଗଡ ବନବାଳ ଅଧିନ ଡାବରଧୁଆ ଗ୍ରାମପଞ୍ଚାୟତର ବେଲପଦର ଗ୍ରାମ ନିକଟସ୍ଥ ରିଜର୍ଭ ଜଙ୍ଗଲରୁ ଗ୍ରାମର କେତେକ ଦୁବୁର୍ତ୍ତ ଶାଗୁଆନ ଓ ଫାସିକାଠ କାଟୁଥିବାର ଖବର ଭୁବନେଶ୍ୱରସ୍ଥ ସିସିଏଫ କାର୍ଯ୍ୟାଳୟକୁ କେହିଜଣେ ଫୋନ କରିଥିଲେ । ସିସିଏଫ୍ ଙ୍କ ନିଦେ୍ର୍ଦଶକ୍ରମେ ଖୋର୍ଦ୍ଧ ବନଖଣ୍ଡ ଅଧିକାରୀ ଗୈାରଗୋପାଳ ସିଂହ,ଖୋର୍ଦ୍ଧ ରେଞ୍ଜର ଉତ୍ତମ ଗଡନାୟକ ଗତ ଶନିବାର ଦିନ ଉକ୍ତ ଗ୍ରାମ ନିକଟରେ ପହଞ୍ଚି ଘଟଣାସ୍ଥଳରୁ ୧୦ ଶାଗୁଆନ କାଠ ଗଣ୍ଡି ଓ ୨ଟି ଫାସି ଗଣ୍ଡି ଜବତ କରିଥିଲେ ।

ଏଥିରେ ବୋଲଗଡ ଫରେଷ୍ଟ ସେକ୍ସନ ବନପାଳ ପ୍ରିଦୀପ କୁମାର ପଟ୍ଟନାୟକ,ଫରେଷ୍ଟଗାର୍ଡ ବିନୟିତା ସାମନ୍ତସିଂହାର ଚଢାଉରେ ସହଯୋଗ କରିଥିଲେ । ଜବତକାଠକୁ ବୋଲଗଡ ଫରେଷ୍ଟ କାର୍ଯ୍ୟାଳୟରେ ରଖାଇଯାଇଛି । କିନ୍ତୁ ଏହିକାଠ ଗ୍ରାମର କେତେକ ମୁରବୀ ଶ୍ରେଣୀୟ ବ୍ୟକ୍ତି ଗ୍ରାମକୋଠଘରେ ବ୍ୟବହାର ପାଇଁ ରାଜସ୍ୱ ଜମିରୁ ହାଣିଥିବାର ସୂଚନାରୁ ପ୍ରକାଶ ।

Leave A Reply