Odisha news

୪୦୦ ବର୍ଷ ଗଛ ପାଇଁ ବଦଳିଗଲା ହାଇୱେର ନକ୍ସା

0

ମହାରାଷ୍ଟ୍ର : ମହାରାଷ୍ଟ୍ରର ସlଙ୍ଗଲି ଜିଲ୍ଲାରେ ଭୋସେ ଗାଁରେ ୪ ଶହ ବର୍ଷ ପୁରୁଣା ବରଗଛ ଆଜିକାଲି ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି l ନିର୍ମାଣାଧୀନ ହାଇୱେର ସର୍ଭିସ ରୋଡ ସେହି ଗଛର ନିକଟ ଦେଇ ଯିବାର ଅଛି l ସେଥିପାଇଁ ଏହି ଗଛଟିକୁ କଟାଯାଇ ରୋଡ ତିଆରି ହେବାର ବ୍ୟବସ୍ତା ହେଉଥିଲା l କିନ୍ତୁ ପର୍ଯାବରଣ କାର୍ଯ୍ୟକର୍ତା ମାନେ ଏହାର ବିରୋଧ କରିଥିଲେ l ବିରୋଧ ବଢୁଥିବା ଦେଖି ଗଛ ବିଷୟରେ ରାଜ୍ୟର ପର୍ଯାବରଣ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଅବଗତ କରାଯାଇଥିଲା ,ତୁରନ୍ତ ସେ ଏହି ବିଷୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗାଡ଼କରୀଙ୍କ ସହିତ କଥା ହୋଇଥିଲେ ଓ ଗଛଟିକୁ କିପରି ରଖାଯାଇ ପାରିବ ତାହା ଦାବି କରିଥିଲେ l

ଆଦିତ୍ୟ ଠାକରେଙ୍କ ସହିତ କଥା ହେବ ପରେ ନିତିନ ଗଡ଼କରୀ ସେହି ଗଛଟିକୁ ବଞ୍ଚାଇବା ପାଇଁ ହାଇୱେର ନକ୍ସାରେ ପରିବର୍ତନ କରି ଏହି ପ୍ରୋଜେକ୍ଟକୁ ପୁରା କରିବାକୁ ନିର୍ଦେଶ ଦେଇଛନ୍ତି l ନିର୍ମାଣ ଧୀନ ରତ୍ନଗିରି-ନାଗପୁର ହାଇୱେ ନମ୍ବର ୧୬୬ ସlଙ୍ଗଲି ଜିଲ୍ଲାର ଭୋସେ ଗାଁ ନିକଟ ଦେଇ ଯାଉଛି l ସlଙ୍ଗଲିର ପର୍ଯ୍ୟାବରଣ ବାଦୀ କାର୍ଯ୍ୟକର୍ତାଙ୍କ ସହିତ ସାଧାରଣ ନାଗରିକ ମଧ୍ୟ ଏହି ଗଛଟିକୁ କଟାଇ ଦେବାକୁ ରାଜି ନଥିଲେ l ତେଣୁ ସେମାନେ ମିଳିତ ଭାବରେ ପ୍ରତିବାଦ କରି ଆସୁଥିଲେ l ଏହା ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଲା l

Leave A Reply