Odisha news

ମାନିକୁଇନ୍‌ଦ୍ୱାରା ସାନିଟାଇଜେସନ୍‌

0

ତାମିଲନାଡୁ : ତାମିଲନାଡୁର ଏକ ଶାଢ଼ି ଦୋକାନ କୋଭିଡ୍‌-୧୯ରେ ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପାଇଁ ନିଆରା ଉପାୟ ଗ୍ରହଣ କରିଛି । ଶାଢ଼ି ପିନ୍ଧିଥିବା ମାନିକୁଇନ୍‌କୁ ରୋବଟ୍‌ରେ ରୂପାନ୍ତରିତ କରାଯାଇଛି ଯିଏ ଲୋକଙ୍କ ହାତ ସାନିଟାଇଜ କରୁଛି । ଆଇଏଫ୍‌ଏସ୍‌ ଅଫିସର୍‌ ସୁଧା ରମେନ୍‌ ଏହାର ଭିଡିଓ ଟ୍ୱିଟର୍‌ରେ ପୋଷ୍ଟ୍‌ କରି ଲେଖିଛନ୍ତି- ‘ତାମିଲନାଡୁର ଏକ ଶାଢ଼ି ଦୋକାନରେ ଟେକ୍ନୋଲଜିକୁ ଠିକ୍‌ ଭାବରେ ଉପଯୋଗ କରାଯାଇଛି ।’ ଏକ ସ୍ୱୟଂଚାଳିତ ମାନିକୁଇନ ପାରମ୍ପରିକ ଢ଼ଙ୍ଗରେ ଶାଢ଼ି ପିନ୍ଧି ଦୋକାନ ଭିତରେ ଚାରିଆଡ଼େ ବୁଲି ଗ୍ରାହକଙ୍କ ହାତକୁ ସାନିଟାଇଜ୍‌ କରାଉଛି ।

Leave A Reply