ବୋଲଗଡ଼ : -ରାଜ୍ୟରେ ମହାମାରୀ କରୋନାର ଭୟାବହତା ଦିନକୁ ଦିନ କାୟାବିସ୍ତାର କରିଚାଲିଥିବାବେଳେ କେନ୍ଦ୍ର ଓ ରାଜ୍ୟସରକାର ଏହାକୁ ପ୍ରତିରୋଧ କରିବାକୁ ବିଭିନ୍ନ ପ୍ରୟାସ ଜାରୀ ରଖିଛନ୍ତି । ମାତ୍ର ମହାବାତ୍ୟା ‘ଅମ୍ଫାନ’ ୪ରୁ ୫ଟି ଜିଲ୍ଲାର କ୍ଷୟକ୍ଷତି କରିବା ମହାବିପତ୍ତି ଏହା ବେଡି ଉପରୋ କରୋଡା ସଦୃଶ୍ୟ । ଅମ୍ଫାନ ସାମୁଦ୍ରିକ ଝଡ ରାଜ୍ୟର ସ୍ଥଳଭାଗକୁ ଛୁଇଁବା ପୂର୍ବରୁ କାଳେ ବୋଲଗଡ ବ୍ଲକ ଅଞ୍ଚଳର କୈାଣସି କ୍ଷତିଗ୍ରସ୍ତର ଆଶଙ୍କା ପୂର୍ବରୁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ମହାବାତ୍ୟା ମୁକାବିଲା କରିବାର ଦାୟିତ୍ୱ ଦିଆଯାଇଥିଲା । ଏସମ୍ପର୍କରେ ବିଡିଓ ଶୁଭଶ୍ରୀ ତ୍ରିପାଠିଙ୍କ ପତ୍ରାଙ୍କ ସଂଖ୍ୟା ୨୦୪୬/୧୫.୦୫.୨୦୨୦ଦ୍ୱାରା ପ୍ରକାଶିତ ହୋଇ ୧୮.୦୫.୨୦୨୦ ଅପରାହ୍ନରେ ତହସିଲଦାର,ଥାନା ଅଧିକାରୀଙ୍କ ସମେତ ସମସ୍ତ ଲାଇନ ବିଭାଗ ଓ ଲୋକପ୍ରତିନିଧିମାନଙ୍କୁ ବ୍ଲକ ପରିସରରେ ଏକ ଜରୁରୀ ବୈଠକ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇଦିଆଯାଇଥରଲା ।
ମାତ୍ର ସଂପୃକ୍ତ ଦିବସରେ କୋଭିଡ-୧୯ ମୁକାବିଲା ସହିତ ବ୍ଲକ ଅଞ୍ଚଳରେ ୩୧ଗୋଟି ବାତ୍ୟା ଆଶ୍ରୟସ୍ଥଳିରେ ସ୍ଥାନାନ୍ତର ଓ ପୁନଃସ୍ଥାପନ,ସ୍ଥାନାନ୍ତରିତ ଅନୁଷ୍ଠାନରେ ମୈାଳିକସେବା ଓପଲବ୍ଧ କରାଇବାର ପକ୍ରିୟା ସହିତ ସ୍ଥାନାନ୍ତର ସମୟରେ ଝଡର ତିବ୍ରତା , ବ୍ୟକ୍ତିର ବାସସ୍ଥାନ ଓ ଜିବୀକା,ପ୍ରଶାସନିକ ମାର୍ଗଦର୍ଶି ଆଧାରରେ ବିଚାରବନ୍ତ ହୋଇ କାର୍ଯ୍ୟପନ୍ଥା ଅନୁସରଣ କରିବା । ସେହିପରି ଦିନରେ ଦୁଇଥର ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବଣ୍ଟନ, ପାନୀୟ ଜଳ,ଶୈାଚାଳୟ,ବିଦୁ୍ୟତ ଯୋଗାଣଭଳି ମୈାଳିକ ସେବା ଯୋଗାଇବା ବୃଦ୍ଧବୃଦ୍ଧା, ପିଡିତ,ଦିବ୍ୟାଙ୍ଗ, ଗର୍ଭବତୀ ମହିଳାମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାଭଳି ଗୁରୁତ୍ୱପୁର୍ଣ୍ଣ ଆଲୋଚନା ପ୍ରଶାସନ ସମେତ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧିମାନଙ୍କୁ ନେଇ ବୈଠକ ହେବାକୁ ଥିବାବେଳେ କୈାଣସି ନିର୍ବାଚିତ ପ୍ରତିନିଧିମାନଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା । ବ୍ଲକର ଆରିକମା ଓ ସାନପଦର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।
ଏସମ୍ପର୍କରେ ଆମପ୍ରତିନିଧି ବିଡିଓଙ୍କୁ ଭେଟି ପଚାରିବାରେ ରାଜ୍ୟରେ ଲକ୍ଡାଉନ ଚାଲିଥିବାବେଳେ ସାମଜିକ ଦୁରତାକୁ ଲକ୍ଷ୍ୟରଖି ବୈଠକକୁ ସ୍ୱଳ୍ପ ବ୍ୟକ୍ତି ବିଶେଷରେ ସିମୀତ ରଖି ସମସ୍ତ ଲୋକପ୍ରତିନିଧିମାନେ ପ୍ରଶାସନକୁ ସାହାଯ୍ୟ କରିବାକୁ ପତ୍ରମାଧ୍ୟମରେ ଜଣାଇଦିଆଯାଇଛି ବୋଲି ମତ ରଖିଥିଲେ । ଅନ୍ୟପକ୍ଷରେ ଏସମ୍ପର୍କରେ ବୋଲଗଡ ଗ୍ରା.ପ.ର ସମିତିସଭ୍ୟ ବୀର ଦାସଙ୍କୁ ପଚାରିବାରେ ବିଡିଓଙ୍କ କାର୍ଯ୍ୟ ବିବାଦିୟ ହେତୁ ସମସ୍ତ ଲୋକପ୍ରତିନିଧି ଅସନ୍ତୁଷ୍ଟ ହୋଇ ବୈଠକରେ ଯୋଗଦେଇନଥିବା ପ୍ରକାଶ କରିଥିଲେ । ତୁ ତୁ ମେଁ ମେଁରେ ପ୍ରଶାସନ ଓ ଲୋକପ୍ରତିନିଧିମାନଙ୍କ ମଧ୍ୟରେ ଚାଲିଛି ପଶାପାଲିର ଖେଳ । ଯଦି ଏହିଖେଳ ଆଗକୁ ଜାରୀ ରୁହେ ତେବେ ନିରୀହ ଜନସାଧାରଣଙ୍କ ବିକାଶର ରଥ ଗଡିବା ସମ୍ଭବପର ନୁହେଁ ବୋଲି ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।
