Odisha news

ପାଣିକୋଇଲି : ଠାକୁରପାଟଣା ଗ୍ରାମର ଅସହାୟ ପରିବାରକୁ ସହାୟତା କଲେ ଜିଲ୍ଲା ପ୍ରଶାସନ ଓ ମାନବଧିକାର ପ୍ରବକ୍ତା

0

ପାଣିକୋଇଲି : ଭୟାଭୟ କରୋନା ସଂକ୍ରମଣରୁ ସାରା ଓଡ଼ିଶା ଲକ ଡ଼ାଉନ ହୋଇଥିବା ବେଳେ ଏଭଳି ଦୁଃଖଦ ପରିସ୍ଥିତିରେ ଜଣେ ଅସହାୟ ପରିବାରକୁ ସ୍ଥନୀୟ ବାସିନ୍ଦା ତଥା ସାମାଜିକ କର୍ମୀ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଏ ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଉକ୍ତ ପରିବାରକୁ ଜିଲ୍ଲା ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କରିଛି । ମିଳିଥିବା ସୁଚନାନୁସାରେ କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ଠାକୁରପାଟଣା ଗ୍ରାମର ଚାରି ନମ୍ବର ୱାର୍ଡ଼ର ଏକ ସରକାରୀ ଜମିରେ ଘର କରି ରହୁଥିବା ଚେମା ମୁଣ୍ଡାର ଗତ ୨୬ ତାରିଖ ଦିନ ଟିବି ରୋଗରେ ମୃତ୍ୟୁ ଘଟିଥିଲା ।

ଚେମାର ମୃତୁ୍ୟ ପରେ ତାର ପତ୍ନୀ ଅନ୍ୟ ଜଣେ ବ୍ୟକ୍ତି ସହିତ ପଳାଇଲା । ବାପା ମରିିଯିବା ଓ ମା ଅନ୍ୟ ଜଣକ ସହିତ ପଳାଇଯିବା ପରେ ଚେମାର ଗୋଟିଏ ଝିଅ(୧୧) ଓ ଦୁଇ ପୁଅ ( ୯ ଓ ୬) ଖାଇବାକୁ ନପାଇ ବଡ଼ ଦୁର୍ଦ୍ଦିନରେ ରହୁଥିଲେ । ଏ ବିଷୟରେ ଅବଗତ ହେବା ପରେ ସ୍ଥାନୀୟ ସରପଂଚ ଶବ ସକ୍ରାର ନିମନ୍ତେ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିବା ସହିତ ସ୍ଥାନୀୟ ବ୍ୟକ୍ତି ତଥା ଜାତୀୟ ମାନବଧିକାର କୋର କମିଟିର ସଦସ୍ୟ

ନୋଜ ଜେନା ଦୁଇ ହଜାର ଟଙ୍କା ଅର୍ଥିକ ସହାୟତା ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ଉକ୍ତ ତିନି ଶିଶୁଙ୍କୁ ଶିଶୁ ସ୍ୱଧାର ଗୃହରେ ରଖିବା ନିମନ୍ତେ ଶ୍ରୀ ଜେନା ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏ ବାବଦରେ ଜିଲ୍ଲାପାଳ ରଞନ କୁମାର ଦାସ ଅବଗତ ହେବା ପରେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୫୦୦୦ ଟଙ୍କା ମଞୁର କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଉକ୍ତ ଅସହାୟ ପରିବାରକୁ ପ୍ରଦାନ କରିଥିଲେ । ମଙ୍ଗଳବାର ଦିନ ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଓ ରେଡ଼କ୍ରସର ସ୍ୱେଚ୍ଛାସେବୀ ତାରିଣୀ କୁମାର ପଟ୍ଟନାୟକ, ସରପଂଚ ସୁଶାନ୍ତ କୁମାର ସାହୁ , ଅଙ୍ଗନବାଡ଼ୀ କର୍ମୀ ଋତିକା ବେହେରା, ଶିକ୍ଷାବିତ ମଦନମୋହନ ବେହେରା, ଅକ୍ଷୟ କୁମାର ଜେନା, ଯୋଗଗୁରୁ ବନମାଳୀ ରଥ,ସାମାଜିକ କର୍ମୀ ପ୍ରଶାନ୍ତ ସାହୁ, ନିରୁପମା ମଲ୍ଲିକ, ସନ୍ତୋଷ ବେହେରା, ଶୁକଦେବ ପୃଷ୍ଟି, ଅଂଜନା ତ୍ରୀପାଠୀ.ଶାନ୍ତିଲତା ଶତପଥି, ବିଶମ୍ବର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଲକ ଡ଼ାଉନ ଉଠିବା ପରେ ଉକ୍ତ ଶିଶୁ ମାନଙ୍କୁ ସରକାରୀ ଶିଶୁ ସ୍ୱଧାର ଗୃହରେ ଥଇଥାନ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର ପ୍ରତିଶୃତି ଦେଇଛନ୍ତି ।

IEC 2 years
Leave A Reply