ଭଦ୍ରକ : ଆଜି ଭଦ୍ରକ ଜିଲ୍ଳାର ବାସୁଦେବପୁର ବ୍ଲକରୁ ୨ଜଣ ଓ ବନ୍ତ ବ୍ଲକରୁ ଜଣେ କରୋନା ପଜିଟିଭ୍ ଚ୍ନିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ୩ଟି ପଞ୍ଚାୟତ-ବାସୁଦେବପୁର ବ୍ଲକର ଚୂଡାମଣୀ ଓ କିସ୍ମତକୃଷ୍ଣପୁର ଏବଂ ବନ୍ତ ବ୍ଲକ ଚାରିଗାଁ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଜି ଏହି ୩ଟି କଣ୍ଟେନମେଣ୍ଟ ଜୋନ୍ରେ ପ୍ରଶାସନ ପକ୍ଷରୁ ୧୮୭ଜଣଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି ଲୋକଙ୍କୁ ଚିହ୍ନଟ କରି ଏହି ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଳା ନୋଡାଲ ଅଫିସର ଏପିଡି ରାଜେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ପୁରୁଷ ଓ ପ୍ରାୟ ୧୬ଜଣ କୋଲକତା ଫେରନ୍ତା ।ତିହିଡି ଓ ଚାନ୍ଦବାଲି ବ୍ଲକର ୧୦ଟି ପଞ୍ଚାୟତ ସର୍ଭେଲାନ୍ସ ଜୋନ୍ ଘୋଷିତ