ଆରଡି :ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଅଢେଇବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଥିବାରୁ ଆରଡିପୀଠ ସମେତ ଆଖପାଖ ଓ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲାର ପାଖାପାଖି ୩୦ଖଣ୍ଡ ଗାଁର ଲୋକାମନେ ପ୍ରାଥମିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିଲେ । ଏପରି ଖବର ବାରମ୍ବାର ପ୍ରକାଶ ପାଇବା ପରେ ମଙ୍ଗଳବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡା. ତୁଙ୍ଗତୃଷ୍ଣା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଡା. ମହାନ୍ତି ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ନିଜ ଦାୟିତ୍ୱ ତୁଲାଇଥିବା କାଯର୍ୟରତ କର୍ମଚାରୀ ପ୍ରକାଶ କରିଛନ୍ତି । ଏପରିକି ଆରଡି ସ୍ୱାସ୍ଥ୍ୟକରନ୍ଦ୍ରକୁ ନୂଆ ଡାକ୍ତର ଆସିବା ଖବର ପାଇ ବହୁ ରୋଗୀ ଆସି ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ତାହାସହ ସ୍ୱାସ୍ଥ୍ୟକେନ୍ଦ୍ରରେ ନବ ନିଯୁକ୍ତ ଡାକ୍ତରଙ୍କୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଅଞ୍ଚଳବାସୀ ।