ଭୁବନା : ମହମାରୀ କରୋନା ମୁକାବିଲା ପାଇଁ ନିଜ ଘର ପରିବାର ବର୍ଗଙ୍କୁ ପଛକରି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଅଦୁର୍ଶ୍ୟ ଦାନବ ସହ ଭୁବନ ଥାନାଧିକାରୀ ନିର୍ମଳା ଗୋଚ୍ଚାୟତ ଦିନରାତି ଯୁଦ୍ଧ ଜାରି ରଖିଛନ୍ତି । ଗରିବକୁ ଖାଦ୍ୟ ପ୍ରଦାନ କରିବା ଦିଗରେ ହୋଉ କିମ୍ବା ହାତରେ ବାଡି ଧରୀ ଲକ୍ ଡାଉନ୍ କୁ ମାନୁ ନଥିବା ଅମାନିଆ ଯୁବକଙ୍କୁ ସାବାଡ଼ କରିବା ଦିଗରେ ନିଜର କର୍ତ୍ତବ୍ୟ କରୁଛନ୍ତି । ଜଣେ ମହିଳା ଅଧିକାରୀ ହୋଇଥିଲେ ବି ସେ ନିଜର କର୍ତ୍ତର୍ବ୍ୟ ଆଗରେ ହାର ନମାନି ଅଦୁର୍ଶ୍ୟ ଦାନବ ମହାମାରୀ କୋରନା ବିରୁଦ୍ଧରେ ସାଧରଣ ଜନତାଙ୍କ ପାଇଁ ଯୁଦ୍ଧ ଭୂମିରେ ପ୍ରସ୍ତୁତ ରହିଛନ୍ତି । ଭୁବନ ବିଜ୍ଞାପିତ ଅଚଂଳ ଅନ୍ତର୍ଗତ ଗୋଡିପାଟଣା ଗ୍ରାମ ହନୁମାନ କମିଟର ସଦସ୍ୟ ଶିଶିର ମଲ୍ଲିକ ଓ ପର୍ଶୁରାମ ମଲ୍ଲିକ , ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ସହଯୋଗରେ ଠାରେ ମଙ୍ଗଳବାର ଗରିବ ଅସହାୟ ଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଦୈନଦିନ ଜୀବନରେ ଲକଡାଉନ ଆରମ୍ଭ ଦିନ ଠାରୁ ଅଦ୍ୟବଧି ନୁଆବଜାରର ପରିବା ମାର୍କେଟ କୁ ଶାନ୍ତି ଶୃଙ୍ଗଳାର ସହ ଚାଳାଇବା ରେ ସଫଳ ହୋଇଛନ୍ତି । ତେବେ ହାଟ ପରିଦର୍ଶନ ବେଳେ ପରିବା ବେପାର କରୁଥିବା ମହିଳା ଏବଂ ପୁରୁଷ ବେପାରୀ ମାନେ ମୁହଁରେ ରୁମାଲ୍ ବା ଲୁଗା କାନି ବାନ୍ଦୁଥିବା ଦେଖି ଥାନାଧିକାରୀ ଶ୍ରୀମତୀ ଗୋଚ୍ଚାୟତ ବେପାରୀ ମାନଙ୍କୁ ମାସ୍କ ପ୍ରଦାନ କରିଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି ସମସ୍ତଙ୍କୁ ଅନୁରୋଧ କରି କହିଥିଲେ । ଭୁବନ ହାଟକୁ ରାସନ୍ ସାମଗ୍ରୀ ତଥା ପରିବା କିଣିବାକୁ ଆସୁଥିବା ଲୋକ ମାନଙ୍କୁ ସାମାଜିକ ଦୂରତା ରଖିବା ପାଇଁ ସଚେତନତା କରିଥିଲେ । ଢେଙ୍କାନାଳ -ଯାଜପୁର ସୀମାବର୍ତୀ ଗ୍ରାମଗୁଡିକରେ ଯାତାୟତକୁ ନେଇ ଉତେଜନା ନକରିବାକୁ ଅନୁରୋଧ କରିଥିଲେ ।