Odisha news

ଲକ ଡାଉନ ଫାଇଦା ନେଇ ଜଙ୍ଗଲ ପଶୁଙ୍କୁ ଅତ୍ୟାଚାର , ତୁଳତିରୁ ମୃତ କୁଟୁରା ଉଦ୍ଧକଲା ବନବିଭାଗ; ଜଣେ ଅଟକ, ସହଯୋଗୀ ଫେରାର

0

ପାଣିକୋଇଲି,୨୮ା୪ : କୋରାଇ ଥାନା ଅନ୍ତର୍ଗତ ତୁଳତି ଦଳିତ ସାହିରୁ ଆଜି ଏକ କୁଟୁରାର ମୃତ ଦେହକୁ ପୁଲିସ ଓ ବନ ବିଭାଗ ଉଦ୍ଧାର କରି କରିଛି । ଏନେଇ ଜଣଙ୍କୁ ଅଟକ ରଖାଯାଥିଲା ବେଳେ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି । ଅଟକ ବ୍ୟକ୍ତି ଜଣଙ୍କ ତୁଳତି ଦିଳିତ ସାହିର ରବି ମଳିକ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ପ୍ରକାଶଯେ, ମଙ୍ଗଳବାର ଭୋର ସମୟରେ ତୁଳତି ଗ୍ରାମ ଦଳିତ ସାହିର ରବି ମଳିକଙ୍କ ବାଡିରେ ଏକ କୁଟୁରା ପସିଥିବା ଦେଖି ତାକୁ ରବି ଧରିବା ପାଇଁ ଗୋଡାଇଥିଲେ ।

କୁଟୁରା ଦୌଡି ପଳାଉଥିଲା ବେଳେ ରବି ମଲିକ ଫସଲ ପାଇଁ ଘୋରାଉ କରିଥିବା ଜାଲବାଡାରେ ଛନ୍ଦି ହୋଇଯାଇଥିଲା । ଫଳରେ ବରି ଅନାୟସରେ କୁଟୁରାଟିକୁ ଧରି ମରିବାକୁ ସକ୍ଷମ ହୋଇଥିଲା । ଏନେଇ ସ୍ଥାନୀୟ ଲୋକମାନେ ଜାଣି ତୁଳତି ସରପଂଚ ଦୀପ୍ତିମୟୀ କୁଅଁରଙ୍କୁ ଖବର ଦେଇଥିଲେ । ସରପଂଚ ଘଟଣା ସଂପର୍କରେ କୋରାଇ ଥାନାଓ ଯାଜପୁରରୋଡ ବନବିଭାଗକୁ ଖବର ଦେଇଥିଲେ । ତଦନୁଯାୟୀ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଓ ରେଞ୍ଜର ଦେବେନେ୍ଦ୍ରକୁମାର ପଟ୍ଟନାୟ, ଫରେଷ୍ଟର ବେଣୁଧର ବେହେରା, ଗାର୍ଡ ଅଜୟ ମଲ୍ଲିକ, ତ୍ରିଲୋଚନ ଦାସ ପ୍ରମୁଖ ଘଟଣା ସ୍ଥଳେ ପହଂଚି ମୃତ କୁଟୁରକୁ ଜବତ କରିବା ସହ ରବି ମଳିକକୁ ପୁଲିସ ଧରିନେଇ ଅଟକ ରଖିଛି ।

ରବିର ବୟାନକ୍ରମେ କୁଟୁରକୁ ଧରିବାରେ ସହଯୋଗ କରିଥିବା ଅନ୍ୟମାନଙ୍କୁ ପୁଲିସ ଧରିବାକୁ ଚଢାଉ କରିଥିହେଁ ସେମାନେ ଫେରାର ହୋଇଯାଇଛନ୍ତି । କୁଟୁରାଟିର ବୟସ ପ୍ରାୟ ୨ବର୍ଷହେବ । ସେ ନିକଟସ୍ଥ କୋରାବନ୍ଦି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଛି । ବନବିଭାଗ ପକ୍ଷରୁ ମୃତ କୁଟୁରାକୁ ବ୍ୟବଛେଦ ନିମନ୍ତେ ଦାନଗଦି ପଠାଯାଇଥିଲା ବେଳେ ରିପୋର୍ଟ ଆସିଲା ପରେ ସଂପୃକ୍ତ ଅଟକ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଉଭୟ ପୁଲିସ ଓ ବନବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply