Odisha news

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର

0

ଠାକୁରମୁଣ୍ଡା ତା ୨୫/୦୪ : ଠାକୁରମୁଣ୍ଡା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ମଙ୍ଗଳବାର ଦିନ ବ୍ଲକ ପରିସର ରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର  ର ସଭା କକ୍ଷ ରେ ଅନୁଷ୍ଠିତ ହୋଈ ଯାଇଛି.।ଶିବିର ରେ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାନସୁ ଚାନ୍ଦ,ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ପଞ୍ଚାୟତ ସମିତି ର ଅଧକ୍ଷା ସରଜିନି ମୁଣ୍ଡା, ଉପାଧକ୍ଷ ସନ୍ତୋଷ ମହାନ୍ତ, ସହକାରୀ ଯନ୍ତ୍ରୀ ସଦାଶିବ ବେହେରା,ଜିଲ୍ଲା ପରିଷଦ ସଭ୍ୟ ପ୍ରହ୍ଲାଦ ମଢେଇ ସାମାଜିକ ସମୀକ୍ଷା ଶିବିର ରେ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ୱଳନ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ଭିଆରପି ମାନଙ୍କ ନିକଟରୁ ୧୮ ଗୋଟି ଗ୍ରାମପଞ୍ଚାୟତ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଗୃହ ଗୁଡିକ ରେ ଥିବା ବିଭିନ୍ନ ପ୍ରକାର ଆସିଥିବା ସମସ୍ୟା ଗୁଡିକୁ ବ୍ଲକ ସାମାଜିକ ସମୀକ୍ଷକ ଧର୍ମେନ୍ଦ୍ର ମହାନ୍ତ ଶିବିର ରେ ଉସ୍ଥାପନ କରିଥିଲେ।ସେହିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ୧୮ ଗୋଟି ଗ୍ରାମ ପଞ୍ଚାୟତ ରେ ହୋଈ ଥିବା ବିଭିନ୍ନ ପ୍ରକାର ପ୍ରକଳ୍ପ ଗୁଡିକ ରେ ରହିଥିବା ସମସ୍ୟା ସହ ପ୍ରକଳ୍ପ ଗୁଡିକ ର ଫାଇଲ ରେ ଆବଶ୍ୟକ ଦସ୍ତାବିଜ ନଥିବା ନେଇ ଥିବା ରିପୋର୍ଟ କୁ ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଧ୍ୟାନ ଚାନ୍ଦ ମହାନ୍ତ  ଆଲୋଚନା ରେ ରଖି ଥିଲେ।ରିପୋର୍ଟ ଗୁଡିକରେ ଥିବା ସମସ୍ତ ସମସ୍ୟା ଗୁଡିକୁ  ଗ୍ରାମପାୟତ ଅନୁଯାୟୀ ଆଲୋଚନା କରାଯାଇ ସମସ୍ୟା ସମାଧାନ କରାଯାଇଥିଲା।କେତେକ ସମସ୍ୟା କୁ ୭ ଦିନ ମଧ୍ୟରେ ସମାଧାନ କରି ରିପୋର୍ଟ କରିବାକୁ ଉପସ୍ଥିତ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।୨୦୨୨/୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ବ୍ଲକ ରେ ୭,୮୪,୦୮୭ ଦିନ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଈ ଥିଲା। ମୋଟ ୨୭,୨୦୬ ଗୋଟି ଜବ କାର୍ଡ ମଧ୍ୟରୁ ୯୩୮ ଟି ଜବ କାର୍ଡ ରେ ଶ୍ରମିକ ୧୦୦ ଦିନ କାମ କରିଥିବା ନେଇ ଏପିଓ ଧ୍ୟାନଚାନ୍ଦ ମହାନ୍ତ ପ୍ରକାଶ କରିଥିଲେ।ଶିବିର ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ଅଧିକାରୀ,ବ୍ଲକ ର ,ଗ୍ରାମପାୟତ ସମ୍ପ୍ରସାରଣଅଧିକାରୀ,ଜିଆରଏସ,ଜେଇ,ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକରୁ ସାଧାରଣ ଲୋକ ମାନେ ଉପସ୍ଥିତ ଥିଲେ।

Nalco
Leave A Reply