Odisha news

ଅନୈତିକ ସମ୍ପର୍କ ଯୋଗୁଁ ଯୁବକଙ୍କୁ ପିଟି ପିଟି ମାରିଦେଲେ ବାପ-ପୁଅ

0

ବେତନଟୀ : ଅନୈତିକ ସମ୍ପର୍କ ଯୋଗୁଁ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ବାପ-ପୁଅ। ହତ୍ୟା ଘଟଣା ବିଷୟରେ  ଜାଣିବା ପରେ ବାପ-ପୁଅକୁ ଗଛରେ ବାନ୍ଧି ପୁଲିସକୁ ଜିମା ଦେଲେ ଗ୍ରାମବାସୀ । ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା  ବେତନଟୀ ଥାନା ଅଧୀନ କେନ୍ଦୁଛାଟିଆ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ନାବାଳାକ ପୁଅ   ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ଜଣାଯାଇଛି।  ସୋମବାର ଉକ୍ତ ଗ୍ରାମରେ ଜାହୀରା ପୂଜା ଚାଲିଥିଲା ଏବଂ ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା ।ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ (୨୫) ଜାସାୟ ଙ୍କ ସ୍ତ୍ରୀ ସହିତ  ନାଚ ଚାଲିଥିବା ସ୍ଥାନରେ  କେଉଁଆଡ଼େ ଚାଲିଯାଇଥିଲେ ।ତେବେ ଜାସାୟ ଙ୍କୁ ସନ୍ଦେହ ହେବାରୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘର କୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି ।ଏହା ଦେଖି ଜାସାୟ ଏବଂ ତାଙ୍କ ପୁଅ  ସୁନାରାମ (୨୫) ଙ୍କୁ ଧରିଆଣି ଘରପାଖ ଏକ ଜାଲାହି ଗଛ ରେ ଏକ ଦଉଡିରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ି ରେ ନିସ୍ତୁକ ପିଟିପିଟି ଜୀବନରୁ ମାରିଦେଇଥିଲେ  ।ସକାଳେ ଖବର ପାଇ ବେତନଟୀ ଏସ ଡ଼ି ପି ଓ ସୁଦର୍ଶନ ଦାସ ଙ୍କ ସହିତ ବେତନଟୀ ଆଇ ଆଇ ସି ସସ୍ମିତା ମହାନ୍ତ ,ବାରିପଦା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜାସାୟ ଏବଂ ତାଙ୍କ ନାବାଳକ ପୁଅକୁ ଗିରଫ କରିଥିବା ଜଣାଯାଇଛି। ଏ ନେଇ ବେତନଟୀ ଥାନାରେ ୧୫୭/୨୩ ମୂଳେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାଯାଇଛି।

Govt
Leave A Reply