Odisha news

ମୋଦଲ ଟସର ସଂରକ୍ଷଣ ପ୍ରକଳ୍ପରେ ହରିଲୁଟ

0
ଠାକୁରମୁଣ୍ଡା – 18/4 :  କର୍ମଚାରୀଙ୍କ ପାଇଁ ବୁଡିଯାଉଛି ଟସର ଚାଷ l ଠାକୁରମୁଣ୍ଡାରେ କେବଳ କାଗଜ ପତ୍ରରେ ଚାଲିଛି ସୋସାଇଟି l  ବିଭିନ୍ନ ପ୍ରକଳ୍ପରେ ହରିଲୁଟ କରି କର୍ମଚାରୀ ନିଜ ସମ୍ପତ୍ତି ବଢା଼ଉଥିବାବେଳେ ଚାଷୀ ହତାଶ ହେଉଛନ୍ତି l
ଏଭଳି ଏକ ନଜିର ଦେଖିବାକୁ ମିଳିଛି ଠାକୁରମୁଣ୍ଡା ଓ ମହୁଲଡିହା ଟସର ସୋସାଇଟିରେ l
ମୋଦଲ ଟସର ଚାଷ ପାଇଁ ଠାକୁରମୁଣ୍ଡାର ଜଳବାୟୁ ଅନୁକୂଳ l ମୋଦଲ ଟସର ବିଲୁପ୍ତ ପ୍ରାୟ ହେଉଥିବାରୁ ଏହାକୁ ବଞ୍ଚାଇ ରଖିବାକୁ ଓ ବୃଦ୍ଧି କରିବାକୁ ବଣ୍ୟ ଟସର ପ୍ରକଳ୍ପ ପାଇଁ ସରକାର ସମସ୍ତ ସାହାଯ୍ୟ ଯୋଗାଇ ଦେଉଛନ୍ତି l ମାତ୍ର ପରିତାପର ବିଷୟଯେ, ମୋଦଲ ଟସର ସଂରକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ସୋସାଇଟି ସମ୍ପାଦକ ମିଥ୍ୟା ଭାଉଚର କରି ହରିଲୁଟ କରିଥିବା ଅଭିଯୋଗ ଆସିଛି l
ବିଗତ ବର୍ଷ 40 ହାଜର ମୋଦଲ ଟସର ଚାଷୀଙ୍କ ନିକଟରୁ ୬ ଟଙ୍କା ଦରରେ କିଣି 10 ଟଙ୍କା ଦରରେ ବିଲ କରାଯାଇଛି l ସେତେବେଳେ ଅମରସିଂ ନାୟକ ସମ୍ପାଦକ ଥିଲେ l କେବଳ ଟସର କିଣା ନାମରେ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ବାଟ ମାରଣା କରାଯାଇଛି l ବିଗତ ବର୍ଷ ଚାଷୀଙ୍କୁ ଟସର ଅଣ୍ଡା ଯୋଗାଯାଇ ନାହିଁ କିମ୍ବା ଟସର ମଧ୍ୟ ଉତ୍ପାଦନ ହୋଇନି l ଏଭଳି ଅନେକ ଦୁର୍ନୀତି ରେ ଲିପ୍ତ ଅଛନ୍ତି କର୍ମଚାରୀ l ଟସର ଉତ୍ପାଦନ ନଥିବାବେଳେ ଟସର ସାଥୀ ରଖାଯାଇ ଦରମା ପ୍ରଦାନ କରାଯାଉଛି l ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ l ମହୁଲଡିହା ଟସର ସୋସାଇଟି କେବଳ କାଗଜ ପତ୍ରରେ ଚାଲିଛି l ଏଣେ ପ୍ରୋତ୍ସାହନ ଅଭାବରୁ ଟସର ଚାଷୀ ଟସର ଚାଷ ଛାଡିଦେଲେଣି l ଗୋଟିଏ ଗୋଷ୍ଠୀ ଏଭଳି ରାକେଟ ରେ ଦୀର୍ଘ ଦିନ ହେଲା ସାମିଲ ଅଛନ୍ତି ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ l
Leave A Reply