ଠାକୁରମୁଣ୍ଡା ତା ୧୪/୧୨: ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଭୀମକୁଣ୍ଡ ରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା।ମୟୁରଭଞ୍ଜ ଜିଲ୍ଲା ର ଠାକୁରମୁଣ୍ଡା ବ୍ଲକ ଓ କେନ୍ଦୁଝର ଜିଲ୍ଲା ର ପାଟଣା ବ୍ଲକ ସୀମାନ୍ତ ଦେଈ ପ୍ରବାହିତ ବୈତରଣୀ ନଦୀର ବୋରିଂ ଗ୍ରାମ ନିକଟରେ ଏହି ପର୍ଯ୍ୟଟନ ସ୍ଥଳ ରହିଛି।ଏହି ପର୍ଯ୍ୟଟନ ସ୍ଥଳୀ ର ବିକାଶ କିଛି ମାତ୍ରାରେ ହୋଇଥିବା ବେଳେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି ଥାନ୍ତି।ମକର ସଂକ୍ରାନ୍ତି ମୟୁରଭଞ୍ଜ ଓ ସୀମାନ୍ତ କେନ୍ଦୁଝର ଜିଲ୍ଲାର ଗଣ ପର୍ଵ ଭାବରେ ପାଳନ ହୋଇଥାଏ।ମକର ସଂକ୍ରାନ୍ତି ଅବସର ରେ ଭୀମକୁଣ୍ଡ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରବଳ ଜନସମାଗମ ହୋଇଥିବା ବେଳେ ଭୀମକୁଣ୍ଡ ର ଅପର ପାର୍ଶ୍ୱ ରେ ଥିବା ସୀମାନ୍ତ ପାଟଣା ବ୍ଲକ ପଟୁ ମଧ୍ୟ ପ୍ରବଳ ଜନସମାଗମ ର ଲକ୍ଷ୍ୟ କରାଯାଇଥିଲା।ଉଭୟ ପାର୍ଶ୍ଵ ର ଲୋକେ ସକାଳୁ ପବିତ୍ର ବୈତରଣୀ ନଦୀରେ ବୁଡ଼ ପକାଇ ଥିଲେ।ଉଭୟ ପାର୍ଶ୍ୱ ରେ ଥିବା ଶିବ ଶିବ ମନ୍ଦିର ରେ ପୂଜା କରିବାକୁ ଭିଡ଼ ଜମିଥିଲା।ପୂର୍ବରୁ ବୈତରଣୀ ନଦୀର ଭୀମକୁଣ୍ଡ ର ଠାକୁରମୁଣ୍ଡା ବ୍ଲକ ଓ ପାଟଣା ବ୍ଲକ କୁ ସଂଯୋଗ ନଥିବାରୁ ଉଭୟ ପଟର ଲୋକେ ନଦୀ ର ଗୋଟିଏ ପାର୍ଶ୍ୱ ରେ ରହି ଯାଉଥିବା ବେଳେ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ଶେଷ ହୋଈ ଯାଇଥିବାରୁ ଚଳିତ ବର୍ଷ କିନ୍ତୁ ଗୋଟିଏ ପଟର ଲୋକେ ଅନ୍ୟ ପଟକୁ ଯାଇ ମକର ମେଳା ଉପଭୋଗ କରିଥିଲେ। ମକର ସଂକ୍ରାନ୍ତି ଅବସରରେ ପ୍ରତିବର୍ଷ ପରି ଅନୁଷ୍ଠିତ ହେଉଥିବା ଭୀମକୁଣ୍ଡ ମୋହତ୍ସଵ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି।କୋଭିଡ ଯୋଗୁଁ ଦୁଈ ବର୍ଷ ମୋହତ୍ସଵ ବନ୍ଦ ହୋଇ ଯାଇଥିବା ବେଳେ ଚଳିତ ବର୍ଷ ୧୭ ତମ ଭୀମକୁଣ୍ଡ ମୋହତ୍ସଵ ଆରମ୍ଭ ହୋଇଛି।୩ ଦିନ ଧରି ହେବାକୁ ଥିବା ଏହି ମୋହତ୍ସଵ ର ପ୍ରଥମ ଦିନରେ କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାୟକ ଙ୍କ ସଭାପତିତ୍ୱ ରେ ଉଦଘାଟକ ଭାବରେ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାନଶୁ ଚାନ୍ଦ,ମୁଖ୍ୟ ଅତିଥି ଭାବରେ ରାଜ୍ୟ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ବକ୍ତା ଭାବରେ ଠାକୁରମୁଣ୍ଡା ମା ବସୁଳି ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଅକ୍ଷୟ କୁମାର ପଲେଇ ଓ କାଦଡ଼ିହା କଲେଜ ଅଧ୍ୟକ୍ଷ ଭାଗବତ ଲେଙ୍କା,ସଂମ୍ମାନୀତ ଅତିଥି ଭାବରେ ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ତହସିଲଦାର ସୁଶ୍ରୀ ସୁପ୍ରିୟା,ପୂର୍ବତନ ବିଧାୟକ ବିଜୟ କୁମାର ନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଇ,ଠାକୁରମୁଣ୍ଡା ଆଈ ଆଈ ସି ରଞ୍ଜୁ ହସିନା କୁଲୁ ଯୋଗ ଦେଇଥିଲେ।ପରେ ଓଡିଶୀ ନୃତ୍ୟ ସହ ସ୍ଥାନୀୟ କଳାକାର ଙ୍କ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।ସେହିପରି ମକର ସଂକ୍ରାନ୍ତି ଅବସର ରେ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ନିକଟ ସାଳନ୍ଦୀ ନଦୀ ର ବାଲିଘାଟ ଠାରେ ଥିବା ଭୈରବ କୁଣ୍ଡ ରେ ପ୍ରବଳ ଜନ ସମାଗମ ହୋଇଥିଲା।।
