Odisha news

୨ ବ୍ରାଉନ ସୁଗାର ବେପାରି ଗିରଫ , ଲକ୍ଷାଧିକ ଟଙ୍କା ର ବ୍ରାଉନ ସୁଗାର ଜବତ

0
ବାଲିପାଟଣା ୧୪/୦୧: ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ଓ ସହକାରୀ ଅଧିକାରୀ ରାକେଶ କୁମାର ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଦୁଇ ବେପାରୀଙ୍କୁ ପିଛା କରି ସେମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗ।ର ଜବତ କରିଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଜି ଅପରାହ୍ନରେ କୌଣସି ସୁତ୍ରରୁ ଖବର ପାଇ ବାଲିପାଟଣା ଆଇଆଇସି ଓ ତାଙ୍କ ଟିମ୍ ସେମାନଙ୍କର ପିଛା କରି ସେମାନଙ୍କୁ ପୁରୀ ଜିଲ୍ଲାର ମକୁନ୍ଦାସପୁର ନିକଟରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗର ଜବତ କରିଛନ୍ତି। ସେ ଦୁଇଜଣ ହେଲେ ମକୁନ୍ଦାସପୁର ଙ୍କସେଇ ସାହିର,ସରସପୁର, ପିପିଲି ର ରିଆଜ ଶା,(୨୭)ପିତା ସ୍ବର୍ଗତ ଭୁଧୁ ସା,ଓ ଅନ୍ୟ ଜଣେ ହେଉଛନ୍ତି ମକୁନ୍ଦାସପୂର୍ ଅଞ୍ଚଳର ରେହେମତ ଖାନ୍,(୨୭)ପିତା ନୌଶଦ୍ ଖାନ୍। ସେମାନଙ୍କ ଠାରୁ ଜବତ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାରର ମୂଲ୍ୟ ନିର୍ଦ୍ଧାରଣ କରି ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି  ।
Nalco
Leave A Reply