Odisha news

ମକର ସଂକ୍ରାନ୍ତି ରେ ମା ତାରିଣୀଙ୍କ ସୁନାବେଶ ଦର୍ଶନ କଲେ ହଜାର ଭକ୍ତ

0
ଘଟଗାଁର,୧୪/୦୧: ଆଜି ହିନ୍ଦୁ ଧର୍ମର ପବିତ୍ର ମକର ସଂକ୍ରାନ୍ତି ପର୍ବ । ଆଜିର ଏହି ପବିତ୍ର ଦିନରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଘଟଗାଁର ରାଣୀ ମା’ ତାରିଣୀ । ମା’ଙ୍କୁ ଦର୍ଶନ କରି ସାନିଧ୍ୟ ପାଇଁ ହାଜର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।ସମସ୍ତ ହିନ୍ଦୁ ଧର୍ମର ଲୋକେ ପୂଜା କରି ନୂଆ ଚାଉଳ ପ୍ରସାଦ ରୂପେ ଗ୍ରହଣ କରନ୍ତି । ସକାଳୁ ଭାଗବାନଙ୍କ ଦର୍ଶନପାଇଁ ମନ୍ଦିର ଆଗରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ମନ୍ଦିରରେ ମଧ୍ୟ ଭୋରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭୋରୁ ବେଳୁ ମା’ ତାରିଣୀଙ୍କର ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଯାୟୀ କରାଯାଇଛି । ସ୍ୱତନ୍ତ୍ର ପୂଜାନୀତି ପରେ ମାଆଙ୍କର ସୁନାବେଶ କରାଯାଇଥିଲା।ଆଜି ଦିନ ତମାମ ମା’ ତାରିଣୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଭକ୍ତ ମଧ୍ୟ ମାଆଙ୍କ ଦର୍ଶନ ପାଇ ବିଭୋର ହେବା ସହ ପରିବାରର ସୁଖଶାନ୍ତି ପାଇଁ ପାର୍ଥନା କରିଛନ୍ତି । ହଜାର ହଜାର ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଆଜି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ମକର ଚାଉଳ ପ୍ରସାଦ ରୂପେ ପ୍ରଦାନ କରାଯାଇଥିଲା।
Nalco
Leave A Reply