Odisha news

ମହିଳାଙ୍କୁ ହାଣି ହତ୍ୟା : ସ୍ୱାମୀ ଥାନାରେ ଅଟକ

0
ଠାକୁରମୁଣ୍ଡା ତା୩୦/୧୨ (  ଚକ୍ରଧର ଦାସ) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଜଣେ ମହିଳା ଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ମହିଳାଙ୍କ ସ୍ୱାମୀ କୁ ଥାନା ରେ ଅଟକ ରଖିଛି। ଘଟଣା ସ୍ଥଳ କୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତା ରେ ପୋଲିସ ତଦନ୍ତ କରୁଛି।ସାହି ର ଘାସିରାମ ମାରାଣ୍ଡି ଙ୍କ ସ୍ତ୍ରୀ ଚକ ମାରାଣ୍ଡି ଙ୍କୁ ମଙ୍ଗଳବାର ରାତି ରେ କେହି ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟ ରେ ହତ୍ୟା କରିଥିବାର ଅନୁମାନ କରାଯାଉଛି ।ଘରେ ସ୍ୱାମୀ ଓ ସ୍ତ୍ରୀ ରହୁଥିବା ବେଳେ ରାତି ରେ ତାଙ୍କୁ ହତ୍ୟା କରାଯାଇ ଘର ଠାରୁ ଘୋଷାରି ଘୋଷାରି ପ୍ରାୟ ୫୦୦ ମିଟର ଦୂରରେ ଶବ କୁ ପକାଇ ଦିଆଯାଇଛି।ଘର ଠାରୁ ମୃତଦେହ ପଡିଥିବା ସ୍ଥାନ ପର୍ଯ୍ୟନ୍ତ ରକ୍ତ ପଡିଛି।ସକାଳେ ସାହି ଲୋକେ ଚକ ର ରକ୍ତାକ୍ତ ଶବ ପଡିଥିବା ର ଦେଖି ଠାକୁରମୁଣ୍ଡା ପୋଲିସ କୁ ଖବର ଦେଇଥିଲେ।
ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରି ସନ୍ଦେହ ରେ ସ୍ୱାମୀ ଘସିରାମ କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି । କେହି ହତ୍ଯା କଲା ପରେ ମୃତ ଦେହ କୁ ଫିଙ୍ଗି ଥିବାର ଅନୁମାନ କରାଯାଇଛି ।  ପୋଲିସ ଏସ୍ ଡି ପିଓ ସତ୍ୟବିକାଶ ଭୂୟାଁ, ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ ସାମଲ ଘଟଣାସ୍ଥଳ ରେ ପହଞ୍ଚି ମହିଳା ଙ୍କୁ କେମିତି ହତ୍ଯା କରାଗଲା ତାହା ଅଧିକ ତଦନ୍ତ ପୋଲିସ ଜାରି ରଖିଛି।ପୋଲିସ ଏ ନେଇ କେଶ ନମ୍ବର ୧୧୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଛି।
Leave A Reply