ଠାକୁରମୁଣ୍ଡା ତା ୧୮/୦୩ : ପାନୀୟ ଜଳ ପାଇଁ ୮ ଘଣ୍ଟା ଧରି ରାସ୍ତା ଉପରେ ବସି ରହିଲେ ମହିଳା।ଏପରି ଘଟଣା ଘଟିଛି ଠାକୁରମୁଣ୍ଡା ବ୍ଲକ କେଶଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମିଟୁଆଣି ଗ୍ରାମରେ।ଗ୍ରାମର ୧୧ ନମ୍ବର ୱାର୍ଡ ର ମହିଳା ମାନେ ସୋମବାର ସକାଳ ୬ ଟା ଠାରୁ ଦିନ ୨ ଟା ପର୍ଯ୍ୟନ୍ତ କେଶ ଡ଼ିହା- ନୂଆସାହି ପ୍ରଧାନମନ୍ତ୍ରୀ ରାସ୍ତା ଉପରେ ବସି ରହିଥିଲେ।ପରେ ଜଳ ଯୋଗାଣ ବିଭାଗ ର ଯନ୍ତ୍ରୀ ରମେଶ ସିଂ ଘଟଣାସ୍ଥଳରେ ପହଞ୍ଚି ୧୫ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।ସୂଚନା ଅନୁଯାୟୀ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱରା ମିଟୁଆଣି ଗ୍ରାମରେ ଥିବା ପାଣି ଟାଙ୍କି ରୁ ଗ୍ରାମର ରେ ଥିବା ମୋଟ ୮ ଟି ୱାର୍ଡ ମଧ୍ୟରୁ ୧୧ ନମ୍ବର ୱାର୍ଡ କୁ ପାଣି ପାଇପ ସଂଯୋଗ କରା ନଯାଇ ସେମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରୁଥିବାର ଅଭିଯୋଗ କରି ପ୍ରତିବାଦ ରେ ମହିଳା ମାନେ ରାସ୍ତାକୁ ଅବରୋଧ କରିଥିଲେ।ଗତ ୧୪ ତାରିଖ ଦିନ ଏହି ୱାର୍ଡ ର ମହିଳା ମାନେ ପାନୀୟ ଜଳ ଯୋଗାଇବା ଦବୀରେ ଗରା,ବାଲଟି ଧରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।ୱାର୍ଡ ରେ ଥିବା ଦୁଇଟି ନଳକୂପ ରୁ ନାଲି ପାଣି ବାହାରୁ ଥିବାରୁ ସାହିର ଲୋକମାନେ ପାନୀୟ ଜଳ ଭାବରେ ନଳକୂପ ପାଣିକୁ ବ୍ୟବହାର କରିପାରୁ ନାହାଁନ୍ତି।ଅନ୍ୟ ପକ୍ଷରେ ଖରାଦିନ ରେ ପାନୀୟ ଜଳ ସମସ୍ୟା ଜଟିଳ ହେବା ର ସମ୍ଭାବନା ଥିବା ବେଳେ ଗ୍ରାମରେ ପାଣି ଟାଙ୍କି ଥିଲେ ମଧ୍ୟ ସାହିକୁ ପାଇପ ସଂଯୋଗ ନ ହେବା କାରଣ ରୁ ଏହି ୱାର୍ଡ ବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି।