ଠାକୁରମୁଣ୍ଡା -31/1 : ଠାକୁରମୁଣ୍ଡା ମିଶନ ଶକ୍ତି ଆନୁକୂଲ୍ୟରେ 30 ତାରିଖରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କବି ସମ୍ମିଳନୀରେ 30 ଜଣ ମହିଳା ସ୍ୱ-ରଚିତ କବିତା ପାଠ କରିଥିଲେ l ୫ ଜଣ ବିଚାରକ ସେମାନଙ୍କ ପ୍ରତିଭାର ମୂଲ୍ୟାୟନ କରିଥିଲେ l ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅତି ସୁନ୍ଦର କବିତା ଆବୃତ୍ତି କରିଥିବା ଦେଖିବାକୁ ମିଳିଥିଲା l ପୂର୍ବାହ୍ନ 11 ଟା ରେ ଆୟୋଜିତ କବି ସମ୍ମିଳନୀ ଅପରାହ୍ନ ୨ ଟାରେ ଶେଷ ହୋଇଥିଲା l କାର୍ଯ୍ୟକ୍ରମରେ ବିଡ଼ିଓ ମନୋଜ କୁମାର କାର୍ଜି, ସିଡିପିଓ ପ୍ରେମଲତା ସେଠୀ. ଅଧ୍ୟାପକ ଡ଼. ପ୍ରକାଶ କୁମାର ତ୍ରିପାଠୀ,,ସାହିତ୍ୟିକ ଦେବେନ୍ଦ୍ର ନାୟକ ଏବଂ ଶରତ ତ୍ରିପାଠୀ ଯୋଗଦେଇ ମୂଲ୍ୟାୟନ କରିଥିଲେ l କୁମୁଦିନୀ ପତି ( ପ୍ରଥମ ), କୁନ୍ତିଲତା ମହାନ୍ତ ( ଦ୍ୱିତୀୟ ) ଏବଂ ପଦ୍ମାବତୀ ସିହ୍ନl( ତୃତୀୟ ) ସ୍ଥାନ ପାଇଥିଲେ l ସମସ୍ତ 30 ଜଣ ପ୍ରତିଯୋଗୀଙ୍କୁ ବିଭାଗ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା l