ଠାକୁରମୁଣ୍ଡା -3/10(ସମୟ ବ୍ୟୁରୋ) ମୟୁର ଟସର ସୁତା ଉତ୍ପାଦନକାରି ମହାସଂଘ ଅନ୍ତର୍ଗତ ଏସଏଚଜି ଗୁଡିକ ଠାକୁରମୁଣ୍ଡା ବ୍ଲକରେ ଦୁଇ ଦିନ ଧରି ଆମରଣ ଅନଶନ ଚଳାଇ ଥିବା ବେଳେ ଦ୍ୱିତୀୟ ଦିନରେ କଂଗ୍ରେସ ସଭାପତି ରବୀନ୍ଦ୍ର ତ୍ରିପାଠୀ ମିଠା ଖୁଆଇ ଅନଶନ ଭାଙ୍ଗିଛନ୍ତି l ପ୍ରଶାସନ କିମ୍ବା ମନ୍ତ୍ରୀ କି ବିଜେଡି ନେତା ପାଖ ମାଡିନଥିବା ବେଳେ କ୍ଷମତାରେ ନଥାଇ କଂଗ୍ରେସ ମାନବିକତା ପ୍ରଦର୍ଶନ କରିଛି l ଏହାକୁ ସ୍ଥାନୀୟ ଅଞ୍ଚଳରେ ବିଡମ୍ବନା ବୋଲି କୁହାଯାଉଛି l
ଏସଏଚଜି ମହିଳା ମାନେ ସ୍ଥାନୀୟ ଟସର ସୋସାଇଟିରୁ ଟସର କିଣିବା ଦାବିରେ ଗାନ୍ଧୀ ଜୟନ୍ତୀରୁ ଠାକୁରମୁଣ୍ଡା ବ୍ଲକ ପରିସରରେ ଆମରଣ ଅନଶନ ଜାରି ରଖିଥିଲେ l ବର୍ଷା ସତ୍ତ୍ୱେ ସେମାନେ ଦିନ ରାତି ଧାରଣା ସ୍ଥଳୀରେ ବସି ରହିଥିଲେ l ତେବେ ଦ୍ୱିତୀୟ ଦିନ ଉପଜିଲ୍ଲାପାଳ ଠାକୁରମୁଣ୍ଡା ଆସି ଟସର ସୋସାଇଟି ବୁଲି ଫେରି ଯାଇଥିଲେ l 200 ମିଟର ଦୂରରେ ଥାଇ ମଧ୍ୟ ଅନଶନକାରୀଙ୍କ ନିକଟକୁ ଆଲୋଚନା ପାଇଁ ଆସିନଥିବା ଜଣାପଡିଛି l ଠାକୁରମୁଣ୍ଡା ଟସର ସୋସାଇଟି ଦାୟିତ୍ୱରେ ଥିବା କେନ୍ଦୁଜିଆଣୀ ସମ୍ପାଦକଙ୍କୁ କେନ୍ଦୁଜିଆଣୀ ଠାରେ ଭେଟି କରଞ୍ଜିଆ ଫେରି ଯାଇଥିଲେ l ତାଙ୍କର ଟସର ସମ୍ପର୍କରେ ଧାରଣା ନଥିବାରୁ ସେ ବୁଝା ବୁଝି କରିବାକୁ ଆସିଥିଲେ ବୋଲି ସାମ୍ବାଦିକଙ୍କୁ କହିଥିଲେ l ଟସର ସୋସାଇଟିକୁ ଯିବା ବେଳେ ସାଙ୍ଗରେ ତହସିଲଦାର, ସିଡିପିଓ ମଧ୍ୟ ଥିଲେ l ବିଡ଼ିଓ ବାବୁଲୁ ପେରେଇ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରିଥିବା ଜଣାଇଥିଲେ l ତେବେ ପିସିସି ସଦସ୍ୟ ଭୁବନ ସାହୁ ( ନୁନା ) ଏବଂ ଠାକୁରମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷା ଏବଂ ମହୁଲଡିହା ଟସର ସୋସାଇଟି ଉପାଧ୍ୟକ୍ଷା ଜବାମଣି ଟୁଡୁ ବାରିପଦା ଯାଇ ଟେକ୍ସଟାଇଲ ସହକାରୀ ନିର୍ଦ୍ଦେଶକ ଙ୍କୁ ଭେଟି ୩ ଦିନ ମଧ୍ୟରେ ଟିମ ପଠାଇ ଆକଳନ କରି ରିପୋର୍ଟ ଦେବାକୁ ଚିଠି କରିବା ପରେ ଅନଶନ ସ୍ଥଗିତ ଘୋଷଣା କରିଥିଲେ ମହିଳା ମାନେ l ପ୍ରଶାସନ କିମ୍ବା ସରକାର ଆମରଣ ଅନଶନକୁ ଗୁରୁତ୍ୱ ନଦେବା ଏବଂ ମନ୍ତ୍ରୀ ପାଖରେ ଥାଇ ନଆସିବା ଏସଏଚଜି ମହିଳାଙ୍କୁ ଚକିତ କରିଛି ବୋଲି କହିଛନ୍ତି l
