Odisha news

ବ୍ଲକସ୍ତରୀୟ ଦୁଇ ଦିନିଆ କଳା ଶିବିର ଆରମ୍ଭ

0
ଠାକୁରମୁଣ୍ଡା -21/9 :  ବ୍ଲକସ୍ତରୀୟ ଦୁଇ ଦିନିଆ କଳା ଶିବିର ୨୧ ତାରିଖରେ ଠାକୁରମୁଣ୍ଡା ବ୍ଲକରେ ଆରମ୍ଭ ହୋଇଛି l ଏହି ଶିବିରରେ କଳାକାରଙ୍କୁ ସରକାରଙ୍କ 10 ଟି ଯୋଜନାର ପ୍ରଚାର ପ୍ରସାର ପାଇଁ ତାଲିମ ଦିଆଯାଉଛି l ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ, ମମତା,ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡିଶା ନବୀନ ଓଡିଶା ଆଦି ଅନ୍ତର୍ଭୂକ୍ତ କରାଯାଇଛି l ବ୍ଲକ ସଭା ଗୃହରେ ଆୟୋଜିତ ଉଦଘାଟନୀ ଦିବସରେ ମନରେଗା ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଧ୍ୟାନ ଚନ୍ଦ୍ର ମହାନ୍ତ, ବିପିଏମ ରମଣୀ ରଞ୍ଜନ ଓଝା, ବିଏସଏସଓ ରଶ୍ମିରଞ୍ଜନ ମଲ୍ଲିକ, ପାଲାଗାୟକ ତଥା ଗ୍ରାମ ରୋଜଗାର ସେବକ ଧୀରେନ ପଲେଇ ଏବଂ ମୃଦଙ୍ଗ ବାଦକ ହରେକୃଷ୍ଣ ଦାସ ପ୍ରମୁଖ ଯୋଗଦେଇ କଳାକାର ଚୟନ କରିଛନ୍ତି l ଶିବିରରେ ସମୁଦାୟ 90 ଜଣ କଳାକାର ଯୋଗ ଦେଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ହେଲେ ମହିଳା କଳାକାରଙ୍କୁ ସାମିଲ କରାଯାଇ ନଥିବା ଦେଖିବାକୁ ମିଳିଛି l
ଚକ୍ରଧର ଦାସ
Nalco
Leave A Reply