Odisha news

ଘଣ୍ଟାଏ ବର୍ଷାରେ ବ୍ରହ୍ମପୁର ସହର ଜଳାର୍ଣ୍ଣବ 

0
ବ୍ରହ୍ମପୁର,୨୧ା୯: ସୋମବାର ଠାରୁ ଲଗାଣ ବର୍ଷା ଜାରି ରହିଥିବାରୁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳର ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। ଗୁରୁବାର ଅପରାହ୍ନରେ ମାତ୍ର ଏକ ଘଣ୍ଟା ବର୍ଷା ହୋଇଥିଲା। ଫଳରେ ଗରମରେ ଛଟପଟ ହେଉଥିବା ବ୍ରହ୍ମପୁରବାସୀ ତ୍ରାହି ପାଇଛନ୍ତି। ହେଲେ  ବ୍ରହ୍ମପୁର ମହାନଗର ନିଗମର ଅବହେଳା ପାଇଁ ବିଭିନ୍ନ ନାଳ ଜାମ୍ ହୋଇ ରହିଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୟପ୍ରକାଶ ନଗର,ଅନନ୍ତ ନଗର,ଗୋଦାବରୀଶ ନଗର, ପ୍ରେମ ନଗର, ଧର୍ମନଗର ଆଦି ବିଭିନ୍ନ ସ୍ଥାନରେ ବର୍ଷାପାଣି ରାସ୍ତାରେ ଢେଉ ଭାଙ୍ଗିବା ସହ ଘରେ ପଶିଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହରର ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ କିଛି ସମୟ ପାଇଁ ନଦୀର ଭ୍ରମ ସୃଷ୍ଟି କରିଥିଲା। ଫଳରେ ବର୍ଷା ଜଳ ସହ ନାଳର ମଇଳା ପାଣି ରାସ୍ତା ଉପରେ ଢେଉ ଭାଙ୍ଗିିଥିଲା। ତେଣୁ ସହରରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଲୋକେ ଏହାକୁ ନେଇ ବହୁ ଆସୁବିଧାର ସମ୍ମୁଖୀନ ହୋଇଥିଲେ।

Leave A Reply