Odisha news

କୋଣାର୍କ ରେ ଶାରଦୀୟ ଦୁର୍ଗା ପୂଜା ଓ ଲକ୍ଷ୍ମୀପୂଜା ପାଇଁ ମାଟି ଅନୁକୂଳ

0
କୋଣାର୍କ: ମା ଦୁର୍ଗତୀନାସୀନ “ମା ଦୁର୍ଗା”ଙ୍କ ଶାରଦୀୟ ଦୁର୍ଗାପୂଜା ଓ ମା ଲକ୍ଷ୍ମୀ ଙ୍କ ପୂଜା ଆଉ ଅଳ୍ପ ଦିନ କୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ରେ ଚାଲିଥିଲା ବେଳେ । ଗୁରୁବାର ଷଠି ଙ୍କ ଓଷା ଓ ଲଳିତା ସପ୍ତମୀ ତୀଥି କୁ ନେଇ କୋଣାର୍କ ନରସିହଂଦେବ ଦୁର୍ଗାପୂଜା କମିଟି ପକ୍ଷରୁ ମା ଦୁର୍ଗା ଙ୍କ ମୂର୍ଣ୍ଣୟ ମୂର୍ତ୍ତି ନିର୍ମାଣ ନିମନ୍ତେ  ମାଟି ଅନୁକୂଳ  କାର୍ଯ୍ୟ ବିଧି ଅନୁଯାୟୀ ରୀତିନୀତି ଅନୁଯାୟୀ ଅପର୍ହାନ ରେ ପୂଜକ ପ୍ରହଲ୍ଲାଦ ଦାସ ଙ୍କ ଦ୍ଵାରା ସମାପନ  କରଯାଇଅଛି । ନରସିଂହ ଦେବ ଦୁର୍ଗା ପୂଜା କମିଟି ର ସଭାପତି ସୁଶାନ୍ତ କୁମାର ମହାନ୍ତି,ଉପସଭାପତି ,ପ୍ରମୋଦ ଛୋଟରାୟ ଓ ବରିଷ୍ଠ ଉପଦେଷ୍ଟା ତଥା କର୍ତ୍ତା ରାମକୃଷ୍ଣ ମହାନ୍ତି , ,ସମ୍ପାଦକ ନଟବର ନାୟକ, ଯୁଗ୍ମ ସମ୍ପାଦକ ସୁବାଷ ବେଉରା ,କୋଷଧକ୍ଷ ବୀରବର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ବରିଷ୍ଠ ସଭ୍ୟ ମିଲନ ରାଉତ,ପ୍ରେମାନନ୍ଦ ରାଉତରାୟ ,ପୂର୍ବତନ ସଭାପତି ସୁବାସ ବେଉରା,ସୁବୋଧ ଖଟୁଆ , ସ୍ୱାଧୀନ ନାୟକ ,ମହେଶ୍ୱର ଦଳାଇ, ଚିତ୍ରସେନ ପାତ୍ର, ପ୍ରମୋଦ ଛୋଟରାୟ,,,ସାଇପ୍ରେମ ବିଶ୍ୱାଳ,ତ୍ରିନାଥ ମଲ୍ଲିକ,ଲିଙ୍ଗରାଜ ସେଠି,ବାପିନି ବେଉରା,ଜିତେନ୍ଦ୍ର ବାରିକ,ଯୁଧିଷ୍ଠିର ନାୟକ, ପ୍ରମୁଖ କୋଣାର୍କ ର ଅଧିଷ୍ଠାତ୍ରୀ ମା ଭଗବତୀ ପୀଠ ଅଭିମୁଖେ ଘଣ୍ଟ,ଘଣ୍ଟା,କାହାଳୀ, ମୂର୍ଦ୍ଙ୍ଗଙ୍ଗ ବଜାଇ ଶୋଭାଯାତ୍ରାରେ ବାହାରି ମା ଭଗବତୀ ଙ୍କ ମନ୍ଦିରରେ ପହଁଚି ପୂଜାଅର୍ଚନା କରି ଆଜ୍ଞା ମାଳ ନେଇ ମାଟି ଅନୁକୂଳ ଅନୁକୂଳ ପାଇଁ ସେଠାରୁ ଚନ୍ଦ୍ରଭାଗ ତୀର୍ଥ ପୁଷ୍କରଣୀ ଅଭିମୁଖେ ଯାତ୍ରା କରି ତୀର୍ଥ ରୁ ମାଟି ଆଣି ମା ଦୁର୍ଗାଙ୍କ ମୂର୍ଣ୍ଣୟୀ ମୂର୍ତି ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ।ଅନରୁପ ଭାବେ “ମା ଲକ୍ଷ୍ମୀ ପୂଜାକମିଟ “କୋଣାର୍କ ପକ୍ଷରୁ ସଭାପତି-ସୁରେନ୍ଦ୍ର ସାହୁ, ଉପସଭାପତି ଗଣେଶ ଜେନା, ସମ୍ପାଦକ ମନୋଜ ସେଠ ଯୁଗ୍ମ ସମ୍ପାଦକ ରୁଦ୍ରପ୍ରସାଦ ବେଉରା କୋଷାଧ୍ୟକ୍ଷ ସ୍ୱାଧୀନ ନାୟକ କର୍ତା/କର୍ତ୍ତି ସୁଶାନ୍ତ ଚିନେରା, ମିନତୀ ସାହୁ ପୂଜକ ପପୁ ଭାଇନା ବିଶ୍ଵଦେବ ମହାପାତ୍ର ଚନ୍ଦ୍ରଶେଖର, ଶିବରାମ ରାୟ ଅଭୟ ସୁମନ୍ତ ତ୍ରିଲୋଚନଙ୍କ ନେତୃତ୍ୱ ରେ ରୀତି ନୀତିଅନୁଯାୟୀ ତୀର୍ଥ ରୁ ମାଟି ଅନୁକୂଳ କରି ଆଣି ଚଳିତ ବର୍ଷ ନରସିଂହ ଦେବ ପୂଜା କମିଟି  ଓ ମା ଲକ୍ଷ୍ମୀମ କାରୀଗର ଙ୍କ ମାଧ୍ୟମରେ ସୁସଜିତ କରାଯିବ ।

Leave A Reply