Odisha news

ସାଉଥମ୍ପଟନ୍‌ ଟେଷ୍ଟ ପାକିସ୍ତାନକୁ ବର୍ଷା ଭରଷା

0

ସାଉଥମ୍ପଟନ, ୨୫ା୮ (ଏଜେନ୍ସି): ବର୍ଷା ବାଧାପ୍ରାପ୍ତ ଇଂଲଣ୍ଡ-ପାକିସ୍ତାନ ତୃତୀୟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚଛି । ୫ମ ତଥା ଶେଷ ଦିନ ଫଲୋଅନ୍‌ ପରେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନ ଶେଷ ଖବର ସୁଧା ୬୧ଓଭରରେ ୨ୱିକେଟ ହରାଇ ୧୦୯ରନ୍‌ କରିଥିଲା । ଅଧିନାୟକ ଆଝାର ଅଲ୍ଲୀ ୩୧ ଓ ବାବର ଆଜମ୍‌ ୧୧ରନ୍‌ କରି ଅପରାଜିତ ଥିଲେ । ପାକିସ୍ତାନ ୨୦୧ରନ୍‌ ପଛରେ ଥିବାବେଳେ ଇଂଲଣ୍ଡ ୮ୱିକେଟ ଅକ୍ତିଆର କରିପାରିଲେ ତୃତୀୟ ଟେଷ୍ଟରେ ବିଜୟ ଧ୍ୱଜା ଉଡାଇବ । ୫ମ ଦିନ ଆରମ୍ଭ ରୁ ବର୍ଷା ବିପିାତ ଦେଖିବାକୁ ମିଳିଥିଲା । ଏପରିକି ଦିନର ଦୁଇଟି ଅଧିବେଶନ ଧୋଇଯାଇଥିଲା । ତୃତୀୟ ଅଧିବେଶନରେ ଖେଳ ଆରମ୍ଭ ହୋଇଥିଲା ।

Leave A Reply