Odisha news

ମିଳିମିଳା ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲେ ଡାକ୍ତର ।

0

ତେନ୍ତୁଳିଖୁଣ୍ଟି:- ନବରଙ୍ଗପୁର ଜିଲ୍ଲାପାପଡାହାଣ୍ଡା ବ୍ଲକ ଅନ୍ତର୍ଗତ ଗାଦବା କତରା ଠାରେ ମିଳିମିଳା ଜନିତ କାରଣରୁ  ଗତ କିଛି ଦିନ ଭିତରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଖବର ପାଇ ଡଃ ସୁଶ୍ରିତା ସେଠୀ, ଡଃ ମଧୁସ୍ମୀତା ରୋଗୀ ମାଙ୍କର ସ୍ବାସ୍ଥ୍ୟବସ୍ଥା ଯଞ୍ଚ କରିଥିଲେ। ଲୋକଙ୍କୁ ବୁଝାଇ ଔଷଧ ବଣ୍ଟନ କରିଥିଲେ। ଲୋକେ ଭୟଭିତ ହୋଇ ମିଳିମିଳା ଅଧିକ ହେବ ଭାବି ଔଷଧ ଖାଉ ନ ଥିଲେ। ଧିରେ ଧିରେ ଏହା ଗାଁ ସାରା ବ୍ୟାପିବାରେ ଲାଗିଥିଲା। ବର୍ତ୍ତମାନ ଲୋକଙ୍କୁ ସଚେତନ କରାଯାଇଅଛି ଓ ଔଷଧ ଖାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ମିଳିମିଳା ନିୟନ୍ତ୍ରଣରେ ରହିଥିବା କୁହାଯାଇଛି। ପ୍ରକାଶ ଥାଉକି ଏହା ଗତ ଦୁଇ ମାସ ହେଲା ବ୍ୟାପିବାରେ ଲାଗିଥିଲା।

Leave A Reply