Odisha news

ବିଶ୍ଵକୁ ଭ।ରତହିଁ କେବଳ ପରିବର୍ତ୍ତନ ପାଇଁ ଦିଗଦର୍ଶନ ଦେଇପାରିବ –ରାଜ୍ୟପାଳ

0

ଆନନ୍ଦପୁର : କେନ୍ଦୁଝର ଜିଲ୍ଲାର ଦ୍ଵିତୀୟ ସର୍ବପୁରାତନ ଆନନ୍ଦପୁରସ୍ଥିତ ବଳଭଦ୍ରନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହର ଉଦଜ।ପନୀ ଦିବସରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ଯେ ଅନେକ ଭିନ୍ନତା ମଧ୍ୟରେ ଏକତାହିଁ ଆମ ଦେଶର ବୈଶିଷ୍ଟ୍ୟ, ବୈଦିକ ଯୁଗରୁ ଏ ଦେଶ ପୃଥିବୀକୁ ସଂହତି, ଭାତୃତ୍ଵ ଓ ବିଶ୍ଵପ୍ରେମର ବାର୍ତ୍ତା ପ୍ରଦାନ କରିଆସିଛି । ଆମ ଦେଶର ପ୍ରାଚୁର୍ଜ୍ୟ ପ୍ରାଚୀନ ଯୁଗରୁ ବିଦେଶୀ ମାନଙ୍କୁ ବାଣିଜ୍ୟ କରିବାକୁ ଆକର୍ଷିତ କରିଆସିଛି । ଅନେକ ସଂସ୍କୃତିର ସମାରୋହରେ ଆମ ଦେଶର ସଂସ୍କୃତି ଅଧିକ ମହନୀୟ ହୋଇପାରିଛି । ଦୟା, କ୍ଷମା, କରୁଣାରେ ଆମ ସଂସ୍କୃତି ଯେତେ କୋମଳ, ଆବଶ୍ୟକ ସ୍ଥଳେ ଶତ୍ରୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେତେ ମଧ୍ୟ କଠୋର । ଫୁଲର ମହକ ପରେ ସବୁ ନିର୍ବିଶେଷରେ ସମସ୍ତଙ୍କୁ ଭଲ ପାଇ ଆପଣାର କରିପାରିଲେ ସମାଜରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠିତ ହୋଇପାରିବ । ଶିଶୁମାନେ ଭବିଷ୍ୟତର ନାଗରିକ, ସେମାନଙ୍କୁ ସୁ ନାଗରିକ କରି ଗଢି ପାରିଲେ ସମାଜର ସର୍ବସ୍ଵ ବିକାଶ ସମ୍ଭବପର ହୋଇପାରିବ । ବିଶ୍ଵକୁ ପରିବର୍ତନ କରିବାପାଇଁ ଦିଗଦର୍ଶନ କେବଳ ଭାରତରତ ହିଁ ଦେଇପାରିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଖଣ୍ଡପଡାର ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେଯେ ଏହି ବିଦ୍ୟାଳୟର ପ୍ଲାଟିନମ ଜୟନ୍ତୀ ପୁରାତନ ଛାତ୍ରମାନଙ୍କ ପାଇଁ ଋଣ ପରିଶୋଧ କରିବାର ଅବସର, ନିଜ ବିଦ୍ୟାଳୟର ଉନ୍ନତି ପାଇଁ ସେମାନେ ଉପଯୁକ୍ତ ଦାୟିତ୍ଵ ଗ୍ରହଣ କରିବା ପାଇଁ ଆଗେଇଆସିବା ଉଚିତ । ଜୁବୁଲି କମିଟିର ମୁଖ୍ୟ ପୁରାଧ। ତଥା ପୁରାତନ ଛାତ୍ର ନିରଞ୍ଜନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭୂୟସୀ ପ୍ରଶଂସା କରି ଏହି ଉତ୍ସବରେ ଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଆନନ୍ଦପୁର ସହିତ ରେଳପଥ ସଂଯୋଗପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଜୁବୁଲି କମିଟିର ସଭାପତି ଇଞ୍ଜିନିୟର ଶ୍ରୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୁରାତନ ଛାତ୍ର ତଥା ପ୍ରାପ୍ତନ ସାଂସଦ ଓ ଚଳଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ତାଙ୍କ ଅଧ୍ୟୟନ ସମୟର ଅନୁଭୂତି ବଖାଣିଥିଲେ । ଏହି ସଭାରେ ସାଧାରଣ ସମ୍ପାଦକ ମହେଶ୍ଵର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

ଉତ୍ସବ ଶେଷରେ ପୁରାତନ ଛାତ୍ର ପୂର୍ଣ୍ଣେନ୍ଦୁଲାଲ ଦତ୍ତ, ଅଶ୍ରୁମୋଚନ ମହାନ୍ତି, କୀର୍ତ୍ତନ ପାତ୍ରଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ ମଞ୍ଚସ୍ତ ହୋଇଥିଲା । ଦ୍ଵିତୀୟ ଦିବସରେ ବିରୋଧୀଦଳର ମୁଖ୍ୟ ସଚେତକ ମୋହନ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାରର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାକୁ କେନ୍ଦୁଝରର ରାଣୀ ସୁନନ୍ଦିନୀ ଭଞ୍ଜଦେଓ ପ୍ରଦୀପ ଜଳାଇ ଉଦ୍ଘାଟନ କରିଥିଲେ । ଉପସଭାପତି ରମାକାନ୍ତ ନାୟକଙ୍କ ସଂଯୋଜନାରେ ଏହି ସଭାରେ ସଭାପତିତ୍ଵ କରିଥିଲେ । ଏହି ସଭାରେ ଶ୍ରୀଧର ବେହେରା ସ୍ଵାଗତ ଭାଷଣ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପୁରାତନ ଛାତ୍ର ତଥା ଭାରତୀୟ ପ୍ରଶାସନୀକ ଅଧିକାରୀ ସତ୍ୟାନନ୍ଦ ମିଶ୍ର, ଭରତ ରେଳ ବିଭାଗର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର ଯୋଗ ଦେଇ ସେମାନଙ୍କ ଛାତ୍ର।ବସ୍ଥା ବର୍ଣ୍ଣନା କରିଥିଲେ । ମଧ୍ୟାନ୍ନରେ ଗୁରୁ ପୂଜନ କାର୍ଯ୍ୟକ୍ରମରେ ୫୫ ଜଣ ପ୍ରାକ୍ତନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଉକ୍ତ ଉତ୍ସବକୁ ରମାକାନ୍ତ ନାୟକ, ଉମାକାନ୍ତ ନାୟକ, କୀର୍ତ୍ତନ ସାହୁ,ବୁବୁ ପାତ୍ର, ବିନୋଦ କୁମାର ମିଶ୍ର, କୀର୍ତ୍ତନ ପାତ୍ର, ପବିତ୍ର ମୋହନ ବେହେରା, ଅଶୋକ କୁମାର ସାହୁ, ଗଗନ ବିହାରୀ ଭଟ୍ଟାଚାର୍ଯ୍ୟ, ଅଶ୍ରୁମୋଚନ ମହାନ୍ତି, ଶୁଭେନ୍ଦୁ ଦତ୍ତ, ନିତ୍ୟାନନ୍ଦ ସାମଲ, ସତ୍ୟାନନ୍ଦ ମିଶ୍ର, ଟିଟୁନ ଜେନା, ପ୍ରତାପ ରାମ, ନବରଞ୍ଜନ ପଟ୍ଟନାୟକ, ଦେବବ୍ରତ କାରଣ, ଅରବିନ୍ଦ ମିଶ୍ର ରବୀନ୍ଦ୍ର କୁମାର ସା,  ଦେବେନ୍ଦ୍ର କୁମ।ର ସାହୁ, ଶ୍ରୀଧର ଦଳେଇ, ଜୟଧୃତି ଦାସ, ଦେବାଶିଷ ରାମ, ଆଶୀର୍ବାଦ ମିଶ୍ର, ସତ୍ୟପ୍ରିୟ ପାତ୍ର, ଅଙ୍କୁଶ ଭାରତ ପଟ୍ଟନାୟକ,ଅଭିଷେକ ମିଶ୍ର, କୁନାଲ ସିଂହ  ପ୍ରମୁଖ ଉତ୍ସବକୁ ପରିଚାଳନ। କରିଥିଲେ । ୩ ଦିନ ଧରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply