Odisha news

ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

0

କୁଆଖିଆ-୩.୨ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଅଧ୍ୟକ୍ଷା ଲିଲିତା କୁମାରୀ ମହାନ୍ତି ଏହି ଶିବିରକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ନିତ୍ୟାନନ୍ଦ ମହାନ୍ତି ଙ୍କ ସଂଚାଳନରେ ଆତ୍ମରକ୍ଷା ସଚେତନତା ଉପରେ ଅଧ୍ୟକ୍ଷା ଓ ଅଧ୍ୟାପକ ବୃନ୍ଦ ଛାତ୍ର ଛାତ୍ରୀଙ୍କୁ କହିଥିଲେ । ଏଥିରେ ଟ୍ରନର ଭାବେ ଏନସି ସ୍ୱୟଂସାଶିତ ମହାବିଦ୍ୟାଳୟର ସନ୍ତୋଷୀ ରାଣୀ ପଣ୍ଡା,ଭାଗ୍ୟଶ୍ରୀ ମହାପାତ୍ର ,ପୁଷ୍ପଲତା ନାୟକ ଯୋଗଦେଇ ବାଳିକା ପିଲାମାନଙ୍କୁ ଆତ୍ମରକ୍ଷା କୈାଶଳ ଉପରେ ସଚେତନ କରିଥିଲେ । ଏଥିରେ ଅଧ୍ୟାପକ ଅଜୟ କୁମାର ଚନ୍ଦ , ପ୍ରଶାନ୍ତ କୁମାର ଘଡାଇ, ଅନ୍ନଦା ଶଙ୍କର ଶତପଥି,ଚିତ ରଂଜନ ମିଶ୍ର, ଅଜୟ ଜେନା , ବିରଂଚି ରାମ, ତନ୍ମୟ ବଳ ,ହିମାଂଶୁ ରଂଜନ ଜେନା ,ସୋମନାଥ ଦାସ, ଅଧ୍ୟାପକ ଦେବବ୍ରତ ମହାପାତ୍ର ,ଅଧ୍ୟାପିକା ଦୀପ୍ତିମୟୀ ଦାସ , ପ୍ରମୋଦିନି ପଣ୍ଡା,ଅନିତା ଷଡଙ୍ଗୀ , ସୁଭେନ୍ଦୁ ପଟ୍ଟନାୟକ , ମାଧବ ଚନ୍ଦ୍ର ବସନ୍ତିଆ,ନିରୋଦ ରଂଜନ ସିଂ, ନରେନ୍ଦ୍ର୍ର ସାହୁ ,କାର୍ତିକ ଦାସ, ରବିନ୍ଦ୍ର ସ୍ୱାଇଁ , କାଶିନାଥ ସାମଲ ଓ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.