Odisha news

ତେନ୍ତୁଳିଖୁଣ୍ଟି : କ୍ଷତି ସହି ବି ନିଜ ବୃତ୍ତିକୁ ନେଇଁ ବଞ୍ଚୁଛନ୍ତି ଗୌଡ ପରିବାର ମହିଳା।

0

ତେନ୍ତୁଳିଖୁଣ୍ଟି :-ଦିନେ ଭଗବାନ କୃଷ୍ଣ ବଳରାମଙ୍କୁ ନିଜ ହାତ ତିଆରି ଦହି ଖୁଆଈ ମାଣିକ ଗଉଡୁଣୀ ନିଜ ଜୀବନକୁ ସାର୍ଥକ କରିପାରିଥିଲା। ସେହି ପାରମ୍ପାରିକ ରିତୀ ଅନୁସାରେ ଚନ୍ଦ୍ରଦେଈ ଗୌଡ (ବୟସ ୫୦) ଓ ରାମବତୀ ଗୌଡ(ବୟସ ୫୨) ଖରାତରାରେ ଅନ୍ୟର ଶୋଷ ମେଣ୍ଟାଇବାକୁ ଦହି, ଛେନା, ଘିଅ ବିକ୍ରି କରି ନିଜ ପରିବାର ଗୁଜୁରାଣ କରୁଛନ୍ତି। ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତର ଚାନ୍ଦଲି ଗାଁରେ ଗୌଡ ଜାତିର ଲୋକେ ଆଜି ବି ନିଜ ବୃତ୍ତିକୁ ଛାଡି ନାହାନ୍ତି। ପ୍ରତୈକ ଘରେ ଦେଶୀ ଗାଈ, ମହିଷି ପାଳିଛନ୍ତି ଓ ଖିର ଉତ୍ପାଦିତ ଛେନା, ଦହି, ପନିର, ଘିଅ ବିକ୍ରି କରୁଛନ୍ତି। ଏହା ତିଆରି ପାଇଁ ସେମାନଙ୍କୁ ୧୦/୧୫ ଦିନ ଲାଗିଥାଏ। ଅନ୍ୟ ଦିନ ମାନଙ୍କରେ ମିଳିଲେ କୁଲିଭୂତ୍ତି କରିଥାନ୍ତି। ତାହା ବି କୌଣସି ଦୋକାନ କରିକି ନୁହେଁ। ପ୍ରତିଦିନ ୩୦ କିମି ପାଦରେ ଚାଲି ଗାଁ କୁ ଗାଁ ବୁଲି ବୁଲି। କେବେ ପାପଡାହାଣ୍ଡି ବ୍ଲକ ଗାଁ ମାନଙ୍କରେ ତ କେବେ ତେନ୍ତୁଳିଖୁଣ୍ଟିର ଗାଁ ମାନଙ୍କରେ ଚାଲି ଚାଲି ଯାଈଥାନ୍ତି। ସକାଳୁ ଘରୁ ଚା ଲିଆ ଖାଇ ବାହାରି ପଡନ୍ତି। ଦିନ ସାରା ବୁଲିବା ପରେ ଯାହା ବିକ୍ରି ହୁଏ, ସେହି ଟଙ୍କାରେ ଘର ପାଇଁ ତେଲ ଲୁଣ କିଣି ନିଅନ୍ତି। ବିକ୍ରି ସବୁ ଦିନ ସମାନ ହୁଏ ନାହିଁ। ଏମିତିରେ ବି ଲୋକେ ମୂଲଚାଲ କରି କମ ଦରରେ କିଣନ୍ତି। ଚନ୍ଦ୍ରଦେଈ ଘରେ ମୋଟ ୫ ଜଣ ପୁଅଝିଅ ସହ ସ୍ବାମୀ ସ୍ତ୍ରୀ ରୁହନ୍ତି। ତିନି ଝିଅଙ୍କୁ ବାହା ଦେଇ ସାରିଲେଣି। ବିଧବା ରାମବତୀଙ୍କ ସ୍ବାମୀ ଚାଲି ଯିବାର ୧୫ ବର୍ଷ ହେଲାଣି ନିଜର ୩ ପୁଅଝିଅଙ୍କୁ ନେଇଁ ବୃତ୍ତିକୁ ଆପଣେଇ ବଞ୍ଚି ଆସୁଛନ୍ତି। ଏମାନଙ୍କ ସମ୍ପତ୍ତି କହିଲେ ପରିବାର ଭାଗରେ ଏକର ଭିତରେ ଜମି ରହିଛି। ସରକାରୀ ସୁବିଧାରେ ୫ କିଲୋ ଲେଖାଏଁ ଚାଉଳ ମିଳୁଛି। ଚାଷୀ ଲିଷ୍ଟରେ ନାଁ ନ ଥିବାରୁ କାଳିଆ ଯୋଜନାରେ ସାମିଲ ହୋଇ ପାରି ନ ଥିବା ଅଭିଯୋଗ କରିଛନ୍ତି ସେମାନେ। ଭତ୍ତା,ଗ୍ୟାସ,ଘର ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚକୁ ଲେଖିକି ଦେଇଛନ୍ତି, ହେଲେ ଫଳ ଶୂନ। ଏଣୁ ସେମାନେ ଆଶା ଛାଡି ଦେଇଛନ୍ତି। ସାଧାରଣତଃ ଆଜିକାଲି ଲୋକେ ନିଜର ବ୍ୟବହାର ଉପଯୋଗୀତାକୁ ନେଇଁ ବେଶ ଚିନ୍ତିତ।

Leave A Reply