Odisha news

ତୁରନ୍ତ ପ୍ରତିଶୃତି ପୂରଣ ପାଇଁ ବୁଡିଅଞ୍ଚଳ ଗଣ ପରିଷଦ ର ରାଲି ଓ ଧାରଣା

0

ତେନ୍ତୁଳିଖୁଣ୍ଟି = ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ୬୧୩୩ ପରିବାର  ନ୍ୟାୟ ଦାବିରେ ଆଜକୁ କୋଡିଏ ବର୍ଷ ହେବ ଆନ୍ଦୋଳନ କରି ଆସୁଛନ୍ତି। ସେମାନଙ୍କୁ କେବଳ ପ୍ରତିଶୃତି ମିଳୁଛି। ୨୦୦୨ପୁନର୍ବାସ ଓ ଥଇଥାନ ପରାମର୍ଶଦାତା କମିଟି ବୈଠକ ର ନିଷ୍ପତି ମଧ୍ୟ ଆଜିବି ପୂରଣ ହୋଇନି।ଏଣେ  ମୁଖ୍ୟଯନ୍ତ୍ରୀ ତଥା basin ମ୍ୟାନେଜର  ଇନ୍ଦ୍ରାବତୀ କୋଲାବ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ମଧ୍ୟ ଖାତିଗୁଡ଼ାରୁ ଜୟପୁର ଉଠାଇଦେବାକୁ ଚକ୍ରାନ୍ତ କରାଯାଉଛି ଏହି ନିଷ୍ପତ୍ତିକୁ ରଦ କରିବାକୁ ବୁଡି ଅଂଚଲିୟ ଗଣ ପରିସଦ ସମ୍ପାଦକ ସୁଧୀର ସୁନା ଦାବି କରିଛନ୍ତି।ଚତୁର୍ଥ ପର୍ଯ୍ୟାୟରେ ବିସ୍ଥାପିତ ପରିବାର ପାଇଥିବା ପ୍ୟାକେଜ ରେ ଅନ୍ୟ ତିନି ପର୍ଯ୍ୟାୟରେ ବିସ୍ଥାପିତ ପରିବାରଙ୍କୁ ପ୍ୟାକଜ ଦେବାକୁ  ଇଶ୍ଵର ସୁନା ଦାବି ରେ ଦୋହରାଇଛନ୍ତି।  ଜିଲ୍ଲାପାଳ ବୈଠକ କରୁଛନ୍ତି ସତ ତଳସ୍ତରରେ ପ୍ରତିଫଳିତ ହେବା ଆବଶ୍ୟକ  ବିଶେସଜ୍ଞ ଡାକ୍ତର ପଦବୀ ପୁରଣ ଦିଗରେ ପ୍ରୟାସ ହୋଇନି ବୋଲି ଅନୀଲ ଖୁରା କହିଛନ୍ତି। ଚେକ ଗେଟଛକ ରୁ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରି ଆସି ଧାରଣାରେ ବସିଥିଲେ ଶତାଧିକ ବିସ୍ଥାପିତ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗଗନ ସାହୁ  ବୁଝାସୁଝା କରି ବିସ୍ଥାପିତ ଙ୍କୁ ଧାରଣାରୁ ଉଠାଇଥିଲେ। ତୁରନ୍ତ ଆଖିଦୃଶିଆ ପଦକ୍ଷେପ ଦାବି ଅନୁସାରେ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଛନ୍ତି।

Leave A Reply