କୋଣାର୍କ : ପର୍ଯ୍ୟଟନ କ୍ଷେତ୍ର ରେ ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ ଭାବେ ଓଡିଶା ପର୍ଯ୍ୟଟନ ବିଭାଗ କୁ ମନୋନୀତ କରାଯାଇଛି । ପ୍ରଥମ ଥର ପାଇଁ ଓଡିଶା କୁ ଏପରି ଏକ ସମ୍ନାନ ରେ ସମ୍ନାନିତ କରାଯାଇଛି ।ପର୍ଯ୍ୟଟନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଦୌଡ଼ ରେ ଦେଶର ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ କେରଳ ସ୍ଵର୍ଣ ବର୍ଗ ପୁରସ୍କାର ଜିତିଥିବା ବେଳେ, ଓଡିଶା କୁ ରୌପ୍ୟ ବର୍ଗ ର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିବର୍ଷ ଏହା ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଏହା ଓଡିଶା ର କୋଣାର୍କ ନିକଟରେ ଅନୁଷ୍ଠିତ ହେଉଥିବା ଇକୋ ରିଟ୍ରିଟ ରେ ଅନୁଷ୍ଠିତ ହୋଇଯାଇଛି । କୋଭିଡି ମହାମାରୀ ସମୟରେ ଦାୟିତ୍ୱ ପୂର୍ଣ୍ଣ ପର୍ଯ୍ୟଟନ କୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ର ଅବଦାନ ଭଲ ଭାବେ ପ୍ରତିଷ୍ଠିତ ହୋଇପାରିଛି ଯାହା ବିଗତ ଦିନରୁ ଓଡ଼ିଶା ରେ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ ଓ ଅନ୍ୟାନ୍ୟ ଉତ୍ସଵ ସଫଳତା ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିପାରିଥିବାରୁ ଏହା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ରେ ଏକ ଅଭୁତ ପୂର୍ଣ୍ଣ ସଫଳତା ଆଣି ଦେଇଛି ।ଓଡ଼ିଶା ପର୍ଯ୍ୟଟନ ର ଏଭଳି ସଫଳତା ପାଇଁ ଆଜି ଓଡ଼ିଶା କୁ ଦେଶର ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ ରୂପେ ବିଶ୍ଵ ଦରବାର ରେ ପରିଚିତ କରାଇପାରିଛି ।ସେଥିପାଇଁ ବୁଧବାର ସନ୍ଧ୍ୟା ରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ନିଳନୀ କକ୍ଷରେ ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ ,ଓ ପ୍ରିନ୍ସପାଲ ସେକ୍ରେଟାରୀ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ପୁରଷ୍କାର ପାଇଥିବା ବିଷୟରେ ଘୋଷଣା କରିଥିଲେ । କିନ୍ତୁ ଏହି ପୁରଷ୍କାର ବିତରଣୀ ଉତ୍ସବ କାର୍ଯ୍ୟକ୍ରମ କୋଣାର୍କ ର ଇକୋରି ଟ୍ରି ରେ ଆୟୋଜିତ ହୋଇଥିଲେ ବି ଏଥିରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲି କରାଯାଇନଥିଲା ଯାହା ସେମାନଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଥିଲା ।