କୋଣାର୍କ : ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ଙ୍କ ପ୍ରତ୍ୟକ ତତ୍ତ୍ୱାବଧାନରେ କୋଣାର୍କ ଅବକାରୀ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ପ୍ରଧାନ ଙ୍କ ନେତୃତ୍ୱରେ କୋଣାର୍କ ଓ ଗୋପ ଥାନାକର୍ମଚାରୀଙ୍କ ମିଳିତ ଚଢ଼ାଉ କରାଯାଇ ଗୋପଥାନା ନିକଟସ୍ଥ ସାରଡାଛକ ନିକଟରେ ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କ ଠାରୁ ୨୫ଗ୍ରାମ ର ବ୍ରାଉନ ସୁଗାର ଜବତ କରାଯାଇଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇଲକ୍ଷ ରୁ ଅଧିକ ହେବ ।ଏ ସଂକ୍ରାନ୍ତରେ କୋଣାର୍କ ଅବକାରୀ ଥାନା କେସ ନଂ ୫୬/୨୦୨୧ରେ ମାମଲା ରୁଜୁ କରାଯାଇ ଆସାମୀ କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନାଅଧିକାରୀ ଶ୍ରୀ ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।