Odisha news

କେଉଁଠି ରହିଛି ଛାଡପତ୍ର ମନ୍ଦିର, ଯେଉଁଠି ହୋଇଥାଏ ସ୍ୱାମୀ-ସ୍ତ୍ରୀ ଙ୍କ ସମ୍ପର୍କ ର ନିଷ୍ପତି

0

ପ୍ରତ୍ୟେକ ମନ୍ଦିରର ସ୍ୱତନ୍ତ୍ର ଇତିହାସ ରହିଥାଏ, ଏବଂ ଏଠାରେ ହେଉଥିବା କର୍ମକାଣ୍ଡ ମଧ୍ୟ ସ୍ୱତନ୍ତ୍ର ହୋଇଥାଏ, କିନ୍ତୁ କିଛି ମନ୍ଦିରର ପରମ୍ପରା ଏତେ ଅଦ୍ଭୁତ ହୋଇଥାଏ ଯାହାକି ମଣିଷ କୁ ଭାବିବା ପାଇଁ ବାଧ୍ୟ କରିଦେଇଥାଏ l ସେହି ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବିବାହ ବିଚ୍ଛେଦ ମନ୍ଦିର, କଣ ଆପଣ ଏଭଳି କୌଣସି ମନ୍ଦିର ବିଷୟରେ ଶୁଣିଛନ୍ତି କି ? ତେବେ ଆସନ୍ତୁ ଶୁଣିବା ଏହି ଡିଭୋର୍ସ ଟେମ୍ପଲ ବିଷୟରେ l

ଡିଭୋର୍ସ ଟେମ୍ପଲ ବିଷୟରେ ଆପଣ ଜାଣି ଭାବୁଥିବେ ଏଠାରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ, କିନ୍ତୁ ଏଭଳି ନୁହେଁ, ଏହି ମନ୍ଦିରର ଇତିହାସ ପାଖାପାଖି ୭ଶହ ବର୍ଷ ପୁରୁଣା ଅଟେ l ଏବଂ ଏଠାରେ କାହାର ବିବାହ ବିଛେଦ ହୋଇନଥାଏ l କିନ୍ତୁ ବର୍ତମାନ ଆପଣ ଭାବୁଥିବେ ଯଦି ଡିଭୋର୍ସ ହୋଇନଥାଏ ତେବେ ଏହାର ନାମ ଡିଭୋର୍ସ ମନ୍ଦିର ହେଲା କାହିଙ୍କି l

ଏହି ଦେଶରେ ରହିଛି ଏହି ବିଶେଷ ମନ୍ଦିର –
ଡିଭୋର୍ସ ଟେମ୍ପଲ ଜାପାନ ର କନା ଗବା ପ୍ରାନ୍ତରେ ଅବସ୍ଥିତ, କାନାଗବ ପ୍ରାନ୍ତ କାମାପୁର ସହରରେ ଅବସ୍ଥିତ ଅଟେ, ଏବଂ ଏଠାରେ ଥିବା ମତ ଅନୁସାରେ ସୁଗାଓକା ତୋକଇ ଜୀ ଙ୍କ ମନ୍ଦିର କୁ ଡିଭୋର୍ସ ଟେମ୍ପଲ ଭାବରେ ଜଣାଶୁଣା ଅଟେ l ଏହି ମନ୍ଦିରର ଇତିହାସ ଏଭଳି ମହିଳା ଙ୍କ ସହିତ ଜଡିତ ଯେଉଁ ମାନଙ୍କର କେହି ନାହାନ୍ତି, ଏବଂ ଏହି ମହିଳା ମାନଙ୍କୁ ଏହି ମନ୍ଦିର ରେ ଆଶ୍ରୟ ଦିଆଯାଇଥାଏ l

ମହିଳା ମାନଙ୍କର ଅନ୍ୟ ଘର ହେଉଛି ମନ୍ଦିର –
ଆପଣ ନାମଟି ଶୁଣି ଭାବୁଥିବେ ଡିଭୋର୍ସ ଟେମ୍ପଲ ରେ ଲୋକେ ଛାଡପତ୍ର ନେବାକୁ ଯାଇଥାଆନ୍ତି, କିନ୍ତୁ ବିଲକୁଲ ବି ସେଭଳି ନୁହେଁ, ବରଂ ଏହି ମନ୍ଦିର ବେସାହାରା ମହିଳାଙ୍କ ପାଇଁ ଘର ସଦୃଶ l କୁହାଯାଏ ଯେ ଏହି ମନ୍ଦିର ସେହି ସମୟ ରେ ନିର୍ମାଣ ହୋଇଥିଲା ଯେଉଁ ସମୟରେ ମହିଳା ମାନଙ୍କ ନିକଟରେ କୌଣସି ଅଧିକାର ନଥିଲା l  ଘରୋଇ ହିଂସା ଓ ପ୍ରତାଡନା ର ଶିକାର ଵୋଇଥିବା ମହିଳା ମାନଙ୍କୁ ଏହି ମନ୍ଦିର ସୁରକ୍ଷା ଦେଇଥାଏ l

ମିଳିଥିବା ସୂଚନା ଅନୁସାରେ ଜାପାନ ରେ ଡିଭୋର୍ସ ମନ୍ଦିରର ନିର୍ମାଣ କାକୁସାନ ସୋଡି – ନୀ ନିର୍ମାଣ ସେହି ସମୟ ରେ କରାଇଥିଲେ ଯେଉଁ ସମୟ ରେ ମହିଳା ମାନଙ୍କ ନିକଟରେ କୌଣସି ଅଧିକାର ନଥିଲା l  ଯେତେବେଳେ ପୁରୁଷ ମାନେ ପୂର୍ବେ ମହିଳାଙ୍କୁ ତାଙ୍କ ଅଧିକାର ନଦେଇ ଛାଡି ଦେଉଥିଲେ ସେହି ସମୟ ରେ ଏହି ମନ୍ଦିର ନିର୍ମାଣ ହୋଇଥିଲା l

Leave A Reply