ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ନୃସିଂହ ମଠର ପୁନଃଉଦ୍ଧାର ଦାବୀ , ଦେବୋତ୍ତର ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି : ପ୍ରଭୁ ନୃସିଂହ ଙ୍କ ଗାଧୁଆ ପାଣି ପିଇଲେ ତନ୍ତ୍ର ମନ୍ତ୍ର କାଟୁ କରେ ନାହିଁ
ରଣପୁର…. ରାଜ୍ୟ ସରକାର ସାରା ଓଡିଶା ରେ ଥିବା ପ୍ରାଚୀନ ମଠ ଓ ମନ୍ଦିର ର ପୁନ୍ନଉଦ୍ଧାର ପାଇଁ କୋଟି କୋଟି ଟଙ୍କା ବେୟ ବରାଦ କରୁଥିବା ବେଳେ ରଣପୁର ଗୁଣ୍ଡିଚା ମନ୍ଦିର ନିକଟ ରେ ଥିବା ବିରଳ ନୃସିଂହ ମଠ ଟି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ମନରେ ଘୋର ଉଦବେଗ ପ୍ରକାଶ ପାଇଛି… ସୂଚନା ଅନୁସାରେ ସାରା ରାଜ୍ୟ ରେ ହାତଗଣତି କେତେ ଟା ଜାଗା ରେ ନୃସିଂହ ମଠ ଓ ମନ୍ଦିର ରହିଛି. ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ନୃସିଂହ ମଠ ଥିବା ଭଳି ରଣପୁର ଗୁଣ୍ଡିଚା ମନ୍ଦିର ନିକଟରେ ମଧ୍ୟ୍ୟ ନୃସିଂହ ମଠ ରହିଛି ସେହି ଭଳି ସାରା ରାଜ୍ୟ ରେ ଅଳ୍ପ କିଛି ହାତଗଣତି ଯାଗାରେ ନୃସିଂହ ମଠ କିମ୍ବା ମନ୍ଦିର ରହିଥିବା ଜଣାପଡିଛି.. ଲୋକକଥା ଅନୁସାରେ ପ୍ରଭୁ ନୃସିଂହ ଙ୍କ ଗାଧୁଆ ପାଣି ପିଇଲେ ତନ୍ତ୍ର ମନ୍ତ୍ର ଆଦି କାଟୁ କରେ ନାହିଁ..ପ୍ରାଚୀନ ମନ୍ଦିର ଓ ମଠ ଉପରେ ଅନୁସଂଧାନ କରୁଥିବା ଭୁବନେଶ୍ୱର ଛାତ୍ର ମାନେ ନୃସିଂହ ମଠ ଦେଖି ଏହା ଉପରେ ତଥ୍ୟ ନେଇ ଏହାର ପୁନ୍ନଉଦ୍ଧାର କରିବା ପାଇଁ ଦେବୋତ୍ତର କମିଶନର ଦୃଷ୍ଟି ଆକର୍ଷଣ କରିଛନ୍ତି ତେବେ ରଣପୁର ରେ ଥିବା ନୃସିଂହ ମଠ ଟି ବହୁ ପ୍ରାଚୀନ ମନ୍ଦିର ହୋଇଥିବାରୁ ତାହାର ରକ୍ଷଣା ଵେକ୍ଷଣ ଅଭାବ ରୁ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି ମନ୍ଦିର ଚତୃପାର୍ଶ୍ଵ ରେ ଗଛ ଲତା ଉଠି ଜଙ୍ଗଲ ର ଭ୍ରମ ସୃଷ୍ଟି କରୁଛି ବହୁ ଦିନ ଧରି ମନ୍ଦିର ମରାମତି ଓ କଲର କରାଯାଉନଥିବାରୁ ତାହା ଭଗ୍ନ ଅବସ୍ଥା ରେ ଶିଉଳି ପଡି ରହିଛି ତେବେ ନୃସିଂହ ମଠ ର ସୁପରିଚାଳନ ପାଇଁ ମଠ ନାମରେ 12ଏକର ଚାଷ ଜମି ରହିଛି ଏବଂ ମଠ ସମ୍ମୁଖ ରେ 9ଟି ବ୍ୟବସାୟିକ ଦୋକାନ ଘର ଭଡା ରେ ଲାଗିଛି. ମଠ ସୁ ପରିଚାଳନ ପାଇଁ ଦାଇତ୍ୱ ରେ ଥିବା ମହନ୍ତ ଙ୍କ ଆନ୍ତରିକତା ଅଭାବ ରୁ ଏଭଳି ଅବସ୍ଥା ରେ ମନ୍ଦିର ଟି ପଡିରହିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ତେବେ ଦେବୋତ୍ତର ବିଭାଗ ଅଧିକାରୀ ଯଥାଶୀଘ୍ର ଏଥିରେ ହସ୍ତକ୍ଷେପ କରି ଏହି ପ୍ରଚୀନ ନୃସିଂହ ମଠ ଟି ର ପୁନ୍ନଉଦ୍ଧାର କରାଗଲେ ବିରଳ ମନ୍ଦିର ଟି ଧ୍ୱଂସ ଅଭିମୁଖ ରୁ ରକ୍ଷା ପାଇବା ସହିତ ସାଧାରଣ ଜନତା କାର୍ଯ୍ୟ ରେ ଲାଗିପାରନ୍ତା
