Odisha news

ଭେଣ୍ଡିଆ ପୁଅ କୁ ହରାଇ ବେସାହାରା ମା

0

ବାରଙ୍ଗ : ଆରେ ବାଇଆ ..ଆ । ତୁ କୋଉଠି ଅଛୁ ।ତତେ ପରା ତୋ ମା ଡାକୁଛି । କଣ ତୁ ରାଗି ଛୁ । ଆରେ ମୋ କୋଳକୁ ଆ ।…ଏମିତି କୋହ ଭରା କଣ୍ଠ ରେ ଯେତେ ଡାକିଲେ ଆଉ ପୁଅ ସୁଣୁଣି ..କେମିତି ବା ଶୁଣିବ ..ସେ ତା ମାଆ କୁ ଛାଡ଼ି ଆର ପାରିକୁ ଚାଲିଯାଇଛି ।ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ବାରଙ୍ଗ ନାରାଜ ଅଞ୍ଚଳ ରେ ଦେଖିବାକୁ ମିଳିଛି ।   ନିଜର ଏକମାତ୍ର ଭେଣ୍ଡା ପୁଅ କୁ ହରାଇ ଖାଲି ମା ନୁହେଁ ଗାଁ ବି କାନ୍ଦୁଛି ।ପୁଅ କୁ ହରାଇ ବେସାହାରା ହୋଇପଡିଛି ମା । ପ୍ରକାଶ ଯେ , ପୁରୀମେନକେନାଲରେ ଗାଧୋଉଥିବାବେଳେ ସୋମବାରସକାଳେ ଜଣେ ୧୬ବର୍ଷର ନାବାଳକ ବୁଡି ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ନାବାଳକ  ହେଉଛନ୍ତି ନରାଜଗ୍ରାମର ସ୍ୱର୍ଗତରଘୁନାଥ ସାହୁଙ୍କର ଏକମାତ୍ର ପୁଅ ବିଭୁତିସାହୁ(୧୬)।,ବାପାମାଆଙ୍କର ଏକମାତ୍ର ପୁଅ ବିଭୁତି ବାପାଙ୍କ ଦେହାନ୍ତପରେ ପାଠପଢା ସାରି ଘରଚଳାଇବାପାଇଁ ସିଆଇଏସଏଫ ପାଖରେ ଥିବା ଏକ ହୋଟେଲରେ କାମ କରୁଥିଲା ।ହୋଟେଲରୁ ଯାହାପାରିଶ୍ରମିକ ମିଳୁଥିଲା ସେଥିରେ ମାଆ ଓ ନିଜେ ଚଳିଯାଉଥିଲେ ।ସୋମବାର ସକାଳେ ହୋଟେଲରେ କାମକରୁଥିବା ଅନ୍ୟଜଣେ ସାଙ୍ଗ ସହ ପୁରୀମେନକେନାଲକୁ ଗାଧୋଇବାକୁ ଆସିଥିଲା ।ଗୋଡିସାହିବ୍ରିଜତଳେ ପୁରୀମେନକେନାଲରେ ବିଭୁତି ଗାଧୋଉଥିବା ବେଳେ ତାର ସାଙ୍ଗଟି ଦୁରରେ ରହିଥିଲା ।ଏହିସମୟରେ ଅସାବଧାନତା ଯୋଗୁ ବିଭୁତିର ଗୋଡ ପାଣିରେ ଖସିଯିବାରୁ ସେବୁଡିଯାଇଥିଲା ।ଏହାଦେଖି ତାରସାଙ୍ଗ ବିଭୁତିକୁ ଉଦ୍ଧାରକରିବାପାଇଁ ପାଖରେ ଥିବା ଗାମୁଛା ପକାଇଥିଲେ ମଧ୍ୟ ସଫଳ ହୋଇନଥିଲା ।ପାଟିଶୁଣି ପାଖରେ ଥିବା ଅନ୍ୟ ଯୁବକ ମାନେ ଆସି ଥିବାବେଳକୁ ବିଭୁତି ବୁଡିଯାଇଥିଲା ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ସହ ବାରଙ୍ଗରୁ ଏକ ଦମକଳଆସି ଖୋଜାଖୋଜିକରି ପ୍ରାୟ୪୫ ମିନଟର ବ୍ୟବଧାନରେ ପରେ ବିଭୁତିକୁ ପାଣିରୁ ଉଦ୍ଧାର କରିଥିଲେ ।ବିଭୁତିକୁ ଚିକିତ୍ସା ପାଇଁ ପୋଲିସ କଟକ ବଡମେଡିକାଲକୁ ନେଇଥିବା ବେଳେ  ଡାକ୍ତରସେଠାରେ ମୃତ୍ୟୁ ଘୋଷଣା କରିଥିଲେ ।ପୋଲିସ ୬/୨୩କେଶ ନମ୍ବରରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ବ୍ୟବଛେଦ କରି  ପରିବାରକୁ ହସ୍ତାନ୍ତର କରିଛି ।ଅନ୍ୟପଟେ ଏକମାତ୍ର ପୁଅକୁ ହରାଇ ମାଆ ଦୁଃଖରେ ଭାଙ୍ଗିପଡିଛି ।

Govt
Leave A Reply