ବେତନଟୀ : ପୋଲିସ ଏବଂ ଜନତା ଙ୍କ ମଧ୍ୟରେ ଦୂରତା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କିଛି ବର୍ଷ ଧରି ଆମ ପୋଲିସ ସମିତି ଗଠନ କରାଯାଇ ପ୍ରତି ମାସରେ ଥରେ ପ୍ରତି ପଞ୍ଚାୟତ ରୁ ବଛା ଯାଇଥିବା ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଆସୁଅଛି। ଏଦ୍ଵି ପରିପେକ୍ଷୀରେ ବୈଶିଙ୍ଗା ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ.ଏସ୍.ଆଇ. ପ୍ରଦୀପ କୁମାର ରାଉତ, ଏସ୍.ଆଇ. ସୌମଲିନ୍ ରାଉତ ଉପସ୍ଥିତ ରହିଥିଲେ। ଉପସ୍ଥିତ ସଦସ୍ୟ ମାନେ ନିଜ ନିଜର ମତାମତ ରଖିଥିଲେ। ବିଶେଷ କରି ଥାନାଧିକାରୀ ଶ୍ରୀ ମିଶ୍ରଙ୍କର ବଦଳି ନିର୍ଦ୍ଦେଶ ଆସିଥିବାରୁ ଉପସ୍ଥିତ ସଦସ୍ୟମାନେ ତାଙ୍କର ସୁପରିଚାଳିତ କାର୍ଯ୍ୟକାଳ କୁ ପ୍ରଶଂସା କରିଥିଲେ।ଏହି ବୈଠକରେ ସର୍ବଶ୍ରୀ ରବିନାରାୟଣ ପଣ୍ଡା, ତପନ ପତି, ଶଶୀ ଶେଖର ପଣ୍ଡା, ସୀତାନାଥ ବେହେରା, ସଞ୍ଜୟ କୁମାର ମିଶ୍ର, ସଞ୍ଜୟ କୁମାର ରାଉତ, ମନୋଜ କୁମାର ପଣ୍ଡା,ଲାଲା ମହାପାତ୍ର,ବିମଳେନ୍ଦୁ ମହାପାତ୍ର, ଦୀପକ ସିଂହ ,ସନ୍ତୋଷ ଖଣ୍ଡା, ସୁଦର୍ଶନ ମହାପାତ୍ର, ସଦାଶିବ ପାଣି, ନରହରି ସ୍ବାଇଁ,ଅନାମ ଦତ୍ତ, ଅମୂଲ୍ୟ ପାଣିଗ୍ରାହୀ, ବିରଞ୍ଚି ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।
