ଆଠଗଡ଼ ତା ୦୭-୦୮-୨୩ ମୁଖ୍ୟମନ୍ତ୍ରୀ ଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ ଆଠଗଡ଼ ଗସ୍ତ ର ଚୂଡାନ୍ତ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ତଦାରଖ କରିଛନ୍ତି। ତାଙ୍କ ସହିତ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।
ସୂଚନା ଅନୁଯାୟୀ ୦୮-୦୮-୨୩ ମଙ୍ଗଳବାର ସକାଳ ୯.୩୦ ରେ ୫ ଟି ସଚିବ ଭି କେ ପାଣ୍ଡିଆନ୍ ହେଲିକେପ୍ଟରର ଯୋଗେ ଆଠଗଡ଼ ରେ ଆସି ପହଞ୍ଚିବେ। ସେଠାରୁ ବିଶ୍ଵନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମ୍ ଠାରେ ସଭାସ୍ଥଳ ରେ ଲୋକ ମାନଙ୍କ ଅଭିଯୋଗ ଶୁଣିଵେ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ଆଠଗଡ଼ ବାସୀ ଙ୍କୁ ପ୍ରଦାନ କରିବେ। ଆଠଗଡ଼ ପାଇଁ କିଛି ନୂତନ ପ୍ରକଳ୍ପ ଘୋଷଣା ନେଇ ଜନସାଧାରଣ ଆଶା ରଖିଛନ୍ତି। ବର୍ଷା ଦିନ ହୋଇଥିଲେ ମଧ୍ୟ ସାତ ହଜାର ଲୋକ ଙ୍କ ବସିବା ପାଇଁ ନିରାପଦ ବ୍ୟବସ୍ଥା କରାଯାଇଛି।ସଚିବ ଙ୍କ ଗସ୍ତ କୁ ନେଇ ଆଠଗଡ଼ ପୂର୍ତ୍ତ ବିଭାଗ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ହେଲିପ୍ୟାଡ ଏବଂ ସଂଯୋଗିକରଣ ରାସ୍ତା କୁ ଚୂଡାନ୍ତ ରୂପରେଖ ଦିଆ ଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ରୁ ଚାରି ପ୍ଲାଟୁନ ପୋଲିସ ଫୋର୍ସ ସହିତ ଯଥେଷ୍ଟ ସଂଖ୍ୟକ ପୋଲିସ ଅଧିକାରୀ ମୁତୟନ କରାଯାଇଛି ବୋଲି କଟକ ଜିଲ୍ଲା ଅତିରିକ୍ତ ଏସପି ଦେବଦତ୍ତ ବରାଳ ଏବଂ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଆଠଗଡ଼ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଚାରି ଜଣ ମାଜିଷ୍ଟ୍ରେଟ ଙ୍କ ସହିତ ୧୫୦ ଜଣ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ମୁତୟନ କରାଯାଇଛି। ଏଥି ସହିତ ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲଦାର ପ୍ରିୟବ୍ରତ ଦାସ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ତଦାରଖ କରୁଛନ୍ତି।
