ତେଲକୋଇ-ତେଲକୋଇ ବନାଚଳ ଅଧିନ ସମାକୋଇ ସଂରକ୍ଷିତ ଜଙ୍ଗଲ ମଧ୍ୟପୁର ଗାଁ ପାଖରେ କୁକୁରଙ୍କ ଆକ୍ରମଣରେ ୩ବର୍ଷର ହରିଣର ମୃତ୍ୟୁ। ଆଜି ଶୁକ୍ରବାର ମଧ୍ୟାନ ସମୟରେ ହରିଣ ଟିକୁ ଗୋଡେଇ ଗୋଡେଇ କୁକୁରମାନେ ଆକ୍ରମଣ କରିବା ସମୟରେ ମଧ୍ୟପୁର ଗ୍ରାମବାସୀ ଉଦ୍ଧାର କରି ବନବିଭାଗ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଁଚିବା ବେଳକୁ ହରିଣଟିର ମୃତ୍ୟୁ ଘଟିସରିଥିଲା।
ଦୀର୍ଘ ବର୍ଷ ହେବ ସମାକୋଇ ସଂରକ୍ଷିତ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ହରିଣ, ବାହାରା କୂଟରା ଭଳି ଅନେକ ବନ୍ୟ ଜନ୍ତୁ ରହିଛନ୍ତି।ଏପରି ସ୍ଥଳେ ବନବିଭାଗ ର ଦାୟିତ୍ୱ ହୀନତା ଯୋଗୁଁ ବର୍ଷକୁ ସହ ସହ ବିରଳ ବନ୍ୟ ଜନ୍ତୁ ଙ୍କର ମୃତ୍ୟୁ ଘଟୁଛି।ସରକାର ବନ୍ୟ ଜନ୍ତୁଙ୍କ ସୁରକ୍ଷା ସହିତ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ସ୍ତରରେ କର୍ମଚାରୀ ନିୟୁଜିତ କରିଛନ୍ତି।ତା ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ତେବେ ଏଠି ପ୍ରଶ୍ନ ଉଠୁଛି କିଭଳି ଭାବେ ବନ୍ୟଜନ୍ତୁ ଙ୍କର ଶିକାର ହେବାସହ ଅସ୍ୱାଭାବିକ ମୃତ୍ୟୁ ହେଉଥିବା ନଜରକୁ ଆସୁଛି।ଯାହାକୁ ନେଇ ଲୋକେ ବନବିଭାଗକୁ ଦାୟୀ କରିଛନ୍ତି।ମୃତ ହରିଣର ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି।