Odisha news

କୋଦଳା ଜେଲ୍ ରେ ୧୨ ପଜିଟିଭ୍ ଚିହ୍ନଟ ପରେ ସୁରକ୍ଷା ଚିନ୍ତା : ଜେଲ୍ ରେ ସମ୍ପୁର୍ଣ୍ଣ ମୁଲାକାତ୍ ବନ୍ଦ।

0
କୋଦଳା (Susanta Kumar Pattnayak) : ଗଂଜାମ ଜିଲ୍ଲା ବ୍ରହ୍ମପୁର ଜେଲ୍ ରୁ ୪୪ କଏଦୀଙ୍କ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାର ସମସ୍ତ ସବ୍ ଜେଲ୍ ଗୁଡିକରେ ମଧ୍ୟ ସୁରକ୍ଷା ଚିନ୍ତା ବଢି ଯାଇଛି। ଗତକାଲି ଜିଲ୍ଲାର କୋଦଳା ସବ୍ ଜେଲ୍ ରେ ୧୨ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଥିବା ଅନୌପଚାରିକ ଭାବେ ଜଣାପଡିଛି ।ଜେଲ୍ ସୁପରିଟେଣ୍ଡେଣ୍ଟକଂ କହିବା ଅନୁସାରେ ୧୨ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇ ସାରିଥିବା ସେ ଶୁଣିଛନ୍ତି। କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ପଜିଟିଭ୍ ଚିହ୍ନଟ ପରେ ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରାଯାଉଛି ବୋଲି ସେ କହିଛନ୍ତି। ଜେଲ୍ ପରିସରରେ କିଭଳି ସଂକ୍ରମଣ ନ ବ୍ଯାପିବ ସେଥିପ୍ରତି ସଜାଗ ରହିଥିବା ଜେଲ୍ ଅଧ୍ଯିକ୍ଷକ କହିଛନ୍ତି ।
ଏଥିପାଇଁ ଅନ୍ତେବାସୀଙ୍କୁ ସେମାନଙ୍କ ସଂପର୍କୀୟ ଭେଟିବା ( ମୁଲାକାତ୍) ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଫୋନ୍ ମାଧ୍ୟମରେ ହିଁ ଅନ୍ତେବାସୀଙ୍କୁ କଥା ହେବା ପାଇଁ ସୁଯୋଗ ଦିଆଯାଉଛି ବୋଲି ଜେଲ୍ କତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ କୌଣସି ଜରୁରୀ ନଥିଲେ କାହାରିକୁ ଜେଲ୍ ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଯେଉଁମାନେ ଆସୁଛନ୍ତି ମୁଖ୍ୟ ଫାଟକ ସମ୍ମୁଖରେ ସେମାନଙ୍କ ପୁରା ଶରୀରକୁ ବିଶୋଧନ କରାଯାଉଛି। ଥାନାରୁ ଆସୁଥିବା ଅଭିଯୁକ୍ତ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ହିଁ ସେମାନଙ୍କୁ ସେଲ୍ କୁ ନିଆ ଯାଉଛି। ସେମାନେ ଆଣିଥିବା ଜିନିଷ ଓ ପୋଷାକକୁ ସଂପୂର୍ଣ୍ଣ ବିଶୋଧନ କରାଯାଉଛି ।
ଏହାପରେ ସେମାନଙ୍କୁ ଜେଲ୍ ଭିତରେ ଥିବା ଏକ ସ୍ବତନ୍ତ୍ର ବଡ଼ କୋଠରୀରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇ ପରେ ସାଧାରଣ ୱାର୍ଡ କୁ ସ୍ଥାନାନ୍ତରିତ କରାଯାଉଛି। ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ବ୍ଯବହାର କରିବା ଲାଗି ଅନ୍ତେବାସୀଙ୍କୁ ପ୍ରତିଦିନ ସଚେତନତା କରାଯିବା ସହ ପ୍ରତିଦିନ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି। ସମସ୍ତ ଅନ୍ତେବାସୀଙ୍କୁ ମାକ୍ସ ଓ ସାବୁନ୍ ଦିଆଯାଇଛି।
ତେବେ କୋଦଳା ସବ୍ ଜେଲ୍ ରେ କିଛି ଦିନ ହେବ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ସବ୍ ଜେଲ୍ ରେ କଏଦୀଙ୍କ କ୍ଷମତା ୧୧୬ ହୋଇଥିବା ବେଳେ ବର୍ତ୍ତମାନ ୨୪୯ କଏଦୀ ଅଛନ୍ତି ।ଯାହାକି ସାମାଜିକ ଦୂରତାକୁ ବଜାୟ ରଖିବା ଚ୍ଯାଲେଞ୍ଜ ସୃଷ୍ଟି କରିଛି। ତଥାପି ଏନେଇ ଯଥା ସମ୍ଭବ ସଚେତନ ଥିବା ଜେଲ୍ କତୃପକ୍ଷ କହିଛନ୍ତି। ହାର୍ଡକୋର କ୍ରିମିନାଲ୍ ମାନକଂ ସଂଖ୍ୟା ୩୦ ରୁ ଅଧିକ ଥିବା ବେଳେ ଏବେ କୋର୍ଟ ବନ୍ଦ ରହିଥିବାରୁ କିଛି ଅପରାଧୀ ଜାମିନ ପାଇବା କଷ୍ଟକର ହୋଇପଡିଛି। ଜେଲ୍ କର୍ମଚାରୀ ମାନଙ୍କୁ କୋଭିଡ୍ କଟକଣା ମାନିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଅତି ଜରୁରୀ ନଥିଲେ କ୍ବାଟର ଛାଡି ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।ଅଗ୍ନିଶମ ବିଭାଗ ପକ୍ଷରୁ ଜେଲ୍ ପରିସରରେ ପୂର୍ବରୁ ବିଶୋଧକ ସିଞ୍ଚନ କରାଯାଇଥିଲା ବେଳେ ପୁଣି ଥରେ ସିଞ୍ଚନ କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ।
Leave A Reply