ତେଲକୋଇ- ୧୭/୧୨ – କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ର ସଲେଇକେନା ପଞ୍ଚାୟତ ଅଧୀନ ର କଳାପୋଖରୀ ଠାରେ ମା ବିମଳେଇ ଗ୍ରାମ ଉନୟନ ସଙ୍ଘ ଆୟୋଜନ ରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ଏକ ଧନନ୍ତୁରି (ଲେମ୍ବୁ ଘାସ)ତେଲ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକ୍ରମ ରେ ସାମିଲ ହୋଇ ଉଦଘାଟନ କରିଥିଲେ । ଏହି ଅଞ୍ଚଳ ବିଭିନ୍ନ ପଂଚାୟତର ୧୨ଟି ଗ୍ରାମ କଳାପୋଖରୀ ସମେତ ନୂଆଗଡ,ଟୁଙ୍ଗୁରୁବାହାଳ ,ସଲେଇକେନା ଓ କୃଷ୍ଣପୁର ଆଦି ଅଞ୍ଚଳରେ ତିନି ଶହ ଏକର ରୁ ଉର୍ଦ୍ଧ୍ବ ଜମିରେ ଏହି ଚାଷ କରାଯାଇଛି । ଏହି କେନ୍ଦ୍ରକୁ ଜିଲ୍ଲା I.T.D.A ପକ୍ଷରୁ ଆବଶ୍ୟକ ଅର୍ଥ ଯୋଗାଣ କରାଯାଇଛି ।
ଏହାକୁ ଭୁବନେଶ୍ୱର ର ଏକ କମ୍ପାନୀ ଫାଇଟୁବକ୍ସ ମେନିଫେସିଆରୀ ପ୍ରାଇଭେଟ ଲିମିଟେଡ଼ ମିନେରାଲ କମ୍ପାନୀ ୫ ବର୍ଷ ଅନୁବନ୍ଧିତ ଅନୁସାରେ କାର୍ଯ୍ୟକରିବା ନିଷ୍ପତି ନେଇଥିବା କୁହାଯାଇଛି । ଏଥିରେ ଆମ ଅଞ୍ଚଳର ଚାଷୀ ମାନଙ୍କର ଆର୍ଥିକ ମାନ ଦଣ୍ଡ ବୃଦ୍ଧି ହେବାସହ ରୋଜଗାର କ୍ଷମ ହୋଇପାରିବେ ବୋଲି ମନ୍ତ୍ରୀ ଉଦଘାଟନୀ ଉତ୍ସବ ରେ ମତପ୍ରକାଶ କରିଥିଲେ । ସେହିପରି ଆଦିବାସୀ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇ ବ୍ୟାପକ ମାତ୍ରାରେ ଏହି ଚାଷ କରାଯିବା ପାଇଁ ଲକ୍ଷ୍ୟ କରାଯାଇଛି ।ଦକ୍ଷତା ମନ୍ତ୍ରୀ ଙ୍କ ସହିତ ଜିଲ୍ଲା ପରିଷଦ ବିନୋଦ କୁମାର ନାୟକ ସହିତ ସ୍ଥାନୀୟ ସରପଂଚ ରିଙ୍କି ନାୟକ ସହିତ ବ୍ଲକ ସଭାପତି ସନ୍ତୋଷ କୁମାର ବିଶ୍ଵାଳ,ପ୍ରଫେସର ସନ୍ତୋଷ କୁମାର ଦାସ ଅନ୍ତଭୃକ୍ତ ରହିଥିଲେ । ଲେମ୍ବୁ ଘାସର ତେଲ ଉପଦେୟତା ଥିବା ବେଳେ ଏହାକୁ ବାହାର ଦେଶ କୁ ପଠାଯିବା ଯୋଜନା ହୋଇଛି।