Odisha news

କାଦୁଡିହା ଜୁଆଙ୍ଗ ସାହି କୁ ଝରଣା ପାଣି ସାହା ଭରସା। : ପ୍ରଶାସନ ଦୃଷ୍ଟି ଦେବେ କି ?

0

ତେଲକୋଇ ୧୦/୮ -ତେଲକୋଇ ବ୍ଲକ ଅନ୍ତର୍ଗତ ଶିବ ନାରାୟଣ ପୁର ଗୋଡା ପଞ୍ଚାୟତ ଅଧିନ କାଦୁଡିହା ଜୁଆଙ୍ଗ ଜନଜାତି ପାଇଁ ଝରଣା ପାଣି ସାହା ଭରସା। ସାହି ରେ ୨୫ରୁ ଉର୍ଦ୍ଧ୍ବ ପରିବାର ର ଶତାଧିକ ଲୋକ ବସବାସ କରୁଥିବା ବେଳେ ମାତ୍ର ଖଣ୍ଡିଏ ନଳକୂପ ରହିଛି। ତେବେ ଏହି ନଳକୂପ ର ଜଳ ଆଇରନ ରହୁଥିବା ନେଇ ପାନୀୟ ଜଳ ଭାବେ ଗ୍ରହଣ କରୁନଥିବା ସାହି ର ଖଗେଶ୍ବର ଜୁଆଙ୍ଗ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ସରକାର ପାନୀୟ ଜଳ ନିମନ୍ତେ କୋଟି କୋଟି ଅର୍ଥ ଖର୍ଚ୍ଚ କରି ଜଳଯୋଗାଣ ର ବ୍ୟବସ୍ଥା କରୁଥିଲେ ହେଁ କାଦୁଡିହା ବାସୀ ଙ୍କ ପାଇଁ ସାତସପନ ହୋଇପଡିଛି।

ସେହିପରି ସାହି ର ସମସ୍ତ ଲୋକ ଝରଣା ପାଣି ଉପରେ ନିର୍ଭର କରୁଥିବା ତାର ବିକଳ ଚିତ୍ର ଏହି ବ୍ଲକ ରେ ଦେଖିବାକୁ ମିଳିଛି।ଫଳରେ ଉକ୍ତ ଝରଣା ପାଣି କୁ ପାନୀୟ ଜଳ ଭାବେ ଗ୍ରହଣ କରି ବିଭିନ୍ନ ଚର୍ମ ରୋଗ ତଥା ପେଟ ରୋଗ ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।  ତେଣୁ ତୁରନ୍ତ ପାନୀୟଜଳ ଯୋଗାଇଦେବା ପାଇଁ ସାହିର ବିଶ୍ବନାଥ ଜୁଆଙ୍ଗ, ବିନୋଦ ଜୁଆଙ୍ଗ, ସାଧବ ଜୁଆଙ୍ଗ, ନବିନ ଜୁଆଙ୍ଗ, ଶ୍ରୀମନ୍ତ ଜୁଆଙ୍ଗ ସହ ସାହି ବାସିନ୍ଦା ଦାବୀ କରିଛନ୍ତି।

Leave A Reply