Odisha news

ହାତୀ ଉପଦ୍ରବ : ଧାନ ଫସଲ କୁ ଆୟତ୍ତ କରିବା ନେଇ ଚିନ୍ତା ରେ ଚାଷୀ

0
ତେଲକୋଇ: ତେଲକୋଇ ର ୭୦ ପ୍ରତିଶତ ଚାଷୀ ଧାନ ଫସଲ ଉପରେ ନିର୍ଭର କରିଥାନ୍ତି। ଚାଷୀ ଚାଷ କାର୍ଯ୍ୟ ପାଇଁ ବ୍ୟାଙ୍କ ଋଣ ନେଇ ବିଭିନ୍ନ କିସମର ଧାନ ଫସଲ କରି ବ୍ୟାପକ ଅମଳ ପାଇଁ ସାର, ଔଷଧ ତଥା ବିଭିନ୍ନ କୀଟନାଶକ ଖର୍ଚାନ୍ତ କରିଥାନ୍ତି। ତେବେ ଏହି ଅଞ୍ଚଳରେ ହାତୀ ପଲ ପଲ ରହୁଥିବାରୁ ଦୈନନ୍ଦିନ ଧାନ ଫସଲକୁ ଖାଇ ଉଜୁଡାଇ ଦେଉଥିବାରୁ ଚାଷୀ ଭାଗ୍ୟ କୁ ଆଦରି ରହିଥାନ୍ତି।
ଚାଷୀ ଚାଷ ଚାଷ କାର୍ଯ୍ୟ ଆରମ୍ଭ ରୁ ଧାନ ତଳା ଠାରୁ ଧାନ ଅମଳ ପର୍ଯ୍ୟନ୍ତ ଭରଷା ରହୁ ନ ଥିବା ବେଳେ ତଥାପି ଚାଷୀ ନିଜ କର୍ମ କୁ ଭଗବାନଙ୍କ ହାତରେ ଟେକିଦେଇଥାନ୍ତି। ସୂଚନା ଅନୁଯାୟୀ ବର୍ଷ ବର୍ଷ ଧରି ଚାଷୀ ମାନଙ୍କର ଧାନ ଫସଲ ଉଜୁଡାଉଥିବା ବେଳେ ଖୁବ ନିକଟରେ କୃଷ୍ଣପୁର ଗ୍ରାମ ରେ ବହୁ ଚାଷୀ ଙ୍କ ଧାନ ଫସଲ କ୍ଷୟକ୍ଷତି ଘଟିଛି। ସେହିପରି କାଳିଆହତା ଅଞ୍ଚଳ ଠାରୁ ଆରମ୍ଭ କରି ସିରିଗିଡା, ବିମଳା ,ଆକୁଳ, ପଡାଙ୍ଗ, କରମଙ୍ଗି, ଦେଉଳଡିହା, ଏବଂ ଭୀମକାଣ୍ଡ ପଞ୍ଚାୟତ ଅଧିନ ରେ ରହିଥିବା ଚାଷୀ ମାନଙ୍କର ନିଦ ହଜିଯାଇଛି।
ଏହାକୁ ରୋକାଯିବା ପାଇଁ ବନବିଭାଗ ର ଯଥେଷ୍ଟ କର୍ମଚାରୀ ନଥିବା ବେଳେ ଚାଷୀ ହାତୀ ଘଉଡାଇବା ସମ୍ଭବପର ହୋଇପାରୁନାହିଁ। ଯଦି ଚାଷୀ ମାନେ ନିଆଁ ହୁଳା ତଥା ବାଣ ବାଜା ଫୁଟାଇ ଅନ୍ୟତ୍ର ଘଉଡାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଚାଷୀ ବିପଦରେ ମଧ୍ୟ ସମ୍ମୁଖୀନ ରହୁଥିବା ବରିଷ୍ଠ ଚାଷୀ ଧରଣୀଧର ପ୍ରଧାନ ମତପ୍ରକାଶ କରିଛନ୍ତି। ତୁରନ୍ତ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା ତିଆରି କରାଗଲେ ଧାନ ଫସଲ କୁ ରୋକାଯାଇ ପାରନ୍ତା ବୋଲି ଚାଷୀ ମହଲ ରେ ମତ ପ୍ରକାଶ ପାଇଛି।
Leave A Reply