ତେଲକୋଇ ୮/୮- ତେଲକୋଇ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମ ରେ ଜଣେ ବିଧବା ମହିଳା ଙ୍କର ଅଦିନିଆ ବର୍ଷା ରେ ଦୁଇ ବର୍ଷ ହେବ ଝାଟିମାଟି ଘରଟି ଭୁଷୁଡି ପଡିଛି। ଫଳରେ ବିଧବା ମହିଳା ଜଣକ ପର ଘରେ ମୁଣ୍ଡ ଗୁଞ୍ଜି ଆଶ୍ରୟ ନେଉଛନ୍ତି।ଉକ୍ତ ମହିଳା ଜଣକ ହେଲେ ଶୈଳ ମହାକୁଡ (୫୦)। ଏପରି ସ୍ଥଳେ ତାଙ୍କ ସ୍ବାମୀ ଦୀର୍ଘ ତିନି ବର୍ଷ ହେବ ମୃତ୍ୟୁ ବରଣ କରିଥିବା ବେଳେ ଅସହାୟ ଶୈଳ ଆବାସ ଖଣ୍ଡିଏ ପାଇଁ ପଞ୍ଚାୟତ ସ୍ତରରୁ ବ୍ଲକ ପ୍ରଶାସନ ଯାଏଁ ଗୁହାରି କରିଥିଲେ ମଧ୍ୟ ଅଦ୍ୟାବଧି ଆବାସ ଖଣ୍ଡିଏ ପାଇପାରିନାହାନ୍ତି।
ସେହିପରି ସରକାରୀ ଯୋଜନା ରେ ଚାଉଳ ଏବଂ ବିଧବା ଭତ୍ତା ରୁ ବହୁ କଷ୍ଟ ରେ ଚଳୁଥିବା ମହିଳା ଜଣକ ଦୁଖର ସହିତ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଭଙ୍ଗା ଦଦରା ଘରର କାନ୍ଥ ଭୁଷୁଡିବା ପରେ ଅନ୍ୟ ଘରେ ଆଶ୍ରୟ ନେଉଥିବା ବେଳେ ମୁଲ ମଜୁରୀ କରି ଚଳୁଥିବା ସାହି ଲୋକ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଖୋଦ ବ୍ଲକ ଅଧ୍ୟକ୍ଷା ଙ୍କ ଘର ଉକ୍ତ ମହିଳା ଙ୍କ ଘର ନିକଟରେ ରହିଥିଲେ ହେଁ ଏଭଳି ଅସହାୟ ଗରିବ ମହିଳା ଙ୍କ ଉପରେ ନଜର ନଥିବା ପରିତାପ ର ବିଷୟ ହୋଇଛି। ତେବେ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ନିରାଶ୍ରୟ ବିଧବା ମହିଳା ଙ୍କୁ ଆବାସ ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
