Odisha news

ଅବସରପ୍ରାପ୍ତ ଶିକ୍ଷକ ମଂଚର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

0

କାକଟପୁର୨୮/୫- ଅବସରପ୍ରାପ୍ତ ଶିକ୍ଷକ ମଂଚର ନିଷ୍ପତି କ୍ରମେ କାକଟପୁର ଡାକବଙ୍ଗଳା ଠାରେ କାକଟପୁର ଓ ଅସ୍ତରଙ୍ଗ ବ୍ଳକର ଅବସରପ୍ରାପ୍ତ ଶିକ୍ଷକ ମଂଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାକଟପୁର ବ୍ଳକର ପୂର୍ବତନ ସହ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତଥା ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇଥିଲେ ।

ମହାମାରୀ କରୋନାର ମୁକାବିଲା ପାଇଁ ଶିକ୍ଷକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ୨୫,୦୦୦ପଚିଷ ହଜାର ଟଙ୍କାର ଦୁଇଟି ଚେକ୍ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଶିକ୍ଷାବିତ୍ ରବିନ୍ଦ୍ର ନାଥ ଦାସ, ପଂଚାନନ ସ୍ୱାଇଁ, ସାଧୁ ଚରଣ ବିଶ୍ୱାଳ, ପୂର୍ବତନ ବ୍ଳକ ଶିକ୍ଷାଧିକାରୀ ଶାନ୍ତନୁ ପରିଡା, ରାଜକିଶୋର ଦାଶ, ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରମୋଦ ପୃଷ୍ଟି, ଦ୍ୱିଜବର ବାଘ, ଗୁଣନିଧି ସ୍ୱାଇଁ, ମାଧବାନନ୍ଦ ପ୍ରଧାନ, ଶୈଳେନ୍ଦ୍ର କୁମାର ପାତ୍ର, ନରେନ୍ଦ୍ର ମୁଦୁଲି ପ୍ରମୁଖ ଯୋଗଦେଇଥିଲେ ।

Leave A Reply