Odisha news

କରୋନା ଯୋଦ୍ଦା ସାଜିଥିବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ବଦ୍ଧିତ କଲା ବିଜେପି ଦଳ

0

ବିରିଡି, ୨୮ା୦୫ ; ବାସ୍ତବ କ୍ଷେତ୍ରରେ ମହାମାରୀ କରୋନା ଭୂତାଣୁ ଯେପରି ଜନସାଧାରଣଙ୍କୁ ନଗ୍ରାସେ ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି । ଏହି କରୋନା ଲଢେଇରେ ବିଶେଷକରି ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜଣେ ଯୋଦ୍ଧା ଭାବେ କାର୍ଯ୍ୟ କରି ଚାଲିଛନ୍ତି ।

ଏହି କରୋନା ଲଢେଇରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବିରିଡି ବ୍ଲକ ପ୍ରଶାସନ, ତହସିଲ ୍ର ପ୍ରଶାସନ, ପୋଲିସ ପ୍ରଶାସନ, ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଇଣ୍ଡିଆନ ବ୍ୟାଙ୍କରେ କାର୍ଯ୍ୟରତ ଅଧିକାରୀ ଓ କର୍ମିମାନଙ୍କୁ ବିଜେପି ଦଳ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ କରୋନା ଯୋଦ୍ଧା ଭାବେସମ୍ବଦ୍ଧିତ କରାଯାଇଥିଲା ।

ଯୁବ ସମାଜ ସେବୀ ତଥା ବିଜେପି ଯୁବ ସଂଗଠକ ରାମକୃ୍ଷ୍ଣ ପରିଜାଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇ ହରିହର ବେହେରା, ବିରିଡି ବ୍ଲକ ଉପାଧକ୍ଷା ଗୀତାଂଜଳୀ ସାହୁ, ପୁରଣ ମଣ୍ଡଳ ପୂର୍ବତନ ସଭାପତି ଆଲୋକ ପଣ୍ଡା, ପୂର୍ବତନ ଯୁବ ମୋଚ୍ଚାସଭାପତି ଅଶ୍ୱିନ କୁମାର ରାଉତ, ଜିଲ୍ଲା କୃଷକ ମୋଚ୍ଚା ଉପସଭାପତି ବୈଷ୍ଣବ ଜେନା, ଙ୍କ ସମେତ କାର୍ଯ୍ୟକର୍ତା ଚିତ ରଂଜନ ନନ୍ଦି, ଅଭୟ ଜେନା, ତୋଫାନ ବିଶ୍ୱାଳ, ବାମଦେବ ମଲ୍ଲିକ, କୈବଲ୍ୟ ଓଝା ପ୍ରମୁଖ ଯୋଗଦେଇ ପ୍ରଶାସନିକ ଅଧିକାରୀ ଓ କର୍ମକର୍ତାମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.