ବିରିଡି, ୨୮ା୦୫ ; ବାହାର ରାଜ୍ୟ ମାହାରାଷ୍ଟ୍ରରୁ ପ୍ରବାସୀ ଓଡିଆଙ୍କୁ ନେଇ ଫେରିଥିବା ଟ୍ରେନ ପ୍ରବାସୀଙ୍କୁ ଆଧା ବାଟରେ ଛାଡି ଦେବାରୁ ନିଜର ଗନ୍ତବ୍ୟ ସ୍ଥଳୀକୁ ନପାରି ପ୍ରାୟ ୧୫ ଘଂଟାରୁ ଅଧିକ ସମୟ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଲା ଫେରନ୍ତା ପ୍ରବାସୀଙ୍କୁ । ଘଟଣାଟି ବ୍ରହ୍ମପୁର ରେଳଗେ୍ଧସନରେ ମହାରାଷ୍ଟ୍ରରୁ ଆସିଥରବା ପ୍ରବାସୀମାନଙ୍କ ମଧ୍ୟରୁ ଜଗତସିଂହପୁର , କଟକ, କେନ୍ଦ୍ରାପଡା, ଯାଜପୁର ସମେତ ଅନ୍ୟ ଜିଲ୍ଲା ର ପ୍ରାୟ ୨୦୦ ରୁ ଉର୍ଦ୍ଧ ପ୍ରବାସୀ ନିଜ ଗନ୍ତବ୍ୟ ସ୍ତଳ ଠାରୁ ଶହ ଶହ କିଲୋମିଟର ଦୂରରେ ବ୍ରହ୍ମପୁର ଠାରେ ଟ୍ରେନ ରୋକି ଦେବାରୁ ସେଠାାରୁ ଏହି ଜିଲ୍ଲାମାନଙ୍କୁ ଆସିବବାକୁ ତୁରନ୍ତ କୌଣସି ସୁବିଧା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇନଥିବାରୁ ସେମାନେ ଗତ ବୁଧବାର ରାତ୍ର ପ୍ରାୟ ୧୦ ଟା ବେଳୁ ଷ୍ଟେସନରେ ଓଲ୍ଲାହି ବସିରହିଥିଲେ ।
ବିଶେଷ କରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀଙ୍କୁ ବ୍ରହ୍ମପୁର ରୁ ଆଣିବା ପାଇଁ କୌଣସି ବ୍ୟବସ୍ଥା ବା ଆଗୁଆ ପଦକ୍ଷେପ ଗ୍ରହଣ କରିନଥିବାରୁ ୧୫ ଘଂଟାରୁ ଆଧିକ ସମୟ ଅପେକ୍ଷା କରିବା ପରେ କେତେକ ପ୍ରବାସୀ ଖୋଦ୍ଧା ପର୍ଯ୍ୟନ୍ତ ବସରେ ପଳାଇ ଆସିଥିବା ସୂଚନା ମିଳିଛି । ସେଠାରୁ ସେମାନେ କିପରି ଆସିବେ ଜଗତସିଂହପୁର ସେଥିପାଇଁ ବଡ ଚିନ୍ତାରେ ପଡିଛନ୍ତି ସେମାନେ ।
ଅନ୍ୟପଟେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ନିଜ ଜିଲ୍ଲାକୁ ଫେରିବା ପାଇଁ ସଠିକ ବ୍ୟବସ୍ଥାମାନ ଗ୍ରହଣ କରାଯାଇ ପାରୁନଥିବାରୁ ବା ଟ୍ରେନରେ ଆସୁଥିବା ପ୍ରବାସୀମାନଙ୍କୁ ବାଟରେ ଦୁର୍ଦ୍ଧଶା ଭୋଗୁଥିବାରୁ ସରକାରଙ୍କ ପ୍ରବାସୀଙ୍କୁ ଫେରାଇ ଆଣିବାର ଘୋହଣାରେ ବିଫଳ ତା ଦେଖା ଦେଇଛି । ତେଣୁ ବାହାରୁ ଫେରୁଥିବା ପ୍ରବାସୀମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।