ଆସାମରେ ନିଲାମ ସମୟରେ ମନୋହରି ଗୋଲï ସ୍ପେଶାଲିଟି ଚା’ କିଲୋ ପ୍ରତି ୭୫ ହଜାର ଟଙ୍କାରେ ବିକ୍ରି ହୋଇଛି । ଗୌହାଟୀ ଟି ଅକ୍ସସ ସେଣ୍ଟର (ଜିଟିଏସି) ଏହି ରେକର୍ଡ଼ କରିଛି । ଅଧିକାରୀମାନେ କହିଛନ୍ତି ଚଳିତ ବର୍ଷ ଚା’ର ମୂଲ୍ୟ ସବୁଠୁ ଅଧିକ ରହିଛି । ଗୋଟିଏ ବର୍ଷର ଗ୍ୟାପ୍ ପରେ ଜିଟିଏସି ଏହି ଚା’କୁ ୭୫ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରିଛି । କମ୍ପାନୀ ଚା’କୁ ନିଜର ଇ-କମର୍ସ େୱବ୍ସାଇଟ୍ ଜରିଆରେ ବିକ୍ରି କରିବ । ଗତ ବର୍ଷ କିଲୋ ପ୍ରତି ୫୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ସ୍ପେଶାଲିଟି ଚା’ ସ୍ୱାଦ, ସୁଗନ୍ଧ ଓ ରଙ୍ଗ ପାଇଁ ପ୍ରସିଦ୍ଧ । ଗତବର୍ଷ ଜିଟିଏସି ଚା’ ବିକ୍ରିକୁ ନେଇ ଦୁଇଟି ନୂଆ ରେକର୍ଡ଼ କରିଥିଲା । ଅର୍ଥୋଡକ୍ସ ଗୋଲେïନ ଟିପ୍ ଟି କିଲୋ ପ୍ରତି ୭୫,୫୦୧ ଓ ମନୋହରି ଗୋଲï ଟି ୫୦,୦୦୦ ଟଙ୍କାରେ ବିକ୍ରି ହୋଇଥିଲା ।
