ପ୍ରତିଦିନ ସକାଳୁ ଚା ସହିତ ବିସ୍କୁଟ ସେବନ କରୁଛନ୍ତି କି, ତେବେ ହୋଇ ଯାଆନ୍ତୁ ସତର୍କ ହୋଇପାରେ ଏହିସବୁ ସାଙ୍ଘାତିକ ସମସ୍ୟା
ସକାଳୁ ସକାଳୁ ସାଧାରଣ ଭାବରେ ଆମେ ଘର ହେଉ କିମ୍ବା ରାସ୍ତା କଡର ଟି-ଷ୍ଟଲ ଚା ସହିତ ବିସ୍କୁଟ ର ଆସର ଦେଖିବାକୁ ପାଇଥାଉ l କାହିଁକି ନା ଏହା ଆମ ଭାରତୀୟ ମାନଙ୍କର ଗୋଟିଏ ଅତି ପ୍ରିୟ ଖାଦ୍ୟ ଅଟେ ଓ ଏହା ଖୁବ ପ୍ରସିଧ ମଧ୍ୟ l କିନ୍ତୁ ଆପଣ କଣ ଜାଣିଛନ୍ତି ଆପଣଙ୍କର ଏହି ଚା ସହିତ ବିସ୍କୁଟ ଖାଇବା କେଉଁ ସବୁ ରୋଗର କାରଣ ହୋଇପାରେ ଓ କେତେ ପରିମାଣରେ ଆପଣଙ୍କ ପାଇଁ ଅନ -ହେଲଦି ? ତେବେ ଆଜି ଆସନ୍ତୁ ଜାଣିବା ଆମ ସମସ୍ତଙ୍କର ପ୍ରିୟ ଚା-ବିସ୍କୁଟ ଖାଇବା ବିଷୟରେ l
– ଡାଏଟିସିଏନ ଙ୍କ ସୂଚନା ଅନୁସାରେ, ବିସ୍କୁଟ ଖୁବ ଅଧିକ ପ୍ରୋସେସଡ଼ ହୋଇଥାଏ l ଏଥିରେ BHA (Butylated Hydroxyanisole ) ଏବଂ BHT (Butylated Hydroxytoluene ) ଭଳି ପ୍ରିଜର୍ଭଭେଟିବ ରହିଥାଏ l ଯାହା ଆପଣଙ୍କ DNA କୁ ପ୍ରଭାବିତ କରିଥାଏ l
– ବିସ୍କୁଟ ରେ ହାଇଡ୍ରୋଜେନେଟେଡ଼ ଭେଜିଟେବୁଲ ଅଏଲ ରହିଥାଏ l ଯାହା ହର୍ମୋନଲ ଅସନ୍ତୁଳନ ଓ ହାର୍ଟ ସମ୍ବନ୍ଧୀୟ ରୋଗର କାରଣ ହୋଇଥାଏ l ତେଣୁ ସକାଳୁ ଚା ସହିତ ବିସ୍କୁଟ ସେବନ ଠିକ ନୁହେଁ l ଏହି କାରଣରୁ ବିସ୍କୁଟ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ l
– ବିସ୍କୁଟ ରେ ରିଫାଇଣ୍ଡ ଶୁଗର ର ମାତ୍ରା ଅଧିକ ମାତ୍ରାରେ ରହିଥାଏ l ଯାହାକି ଇନ୍ସୁଲିନ ବ୍ୟବଧାନ ର କାରଣ ହୋଇଥାଏ l ଏହାଛଡା ଏହା ଡାଇବେଟିଜ ଓ ହାଇ -ବ୍ଲଡ଼ ପ୍ରେସର ଗୋଟିଏ ବଡ଼ କାରଣ ହୋଇଥାଏ l
– ବିସ୍କୁଟ ରେ ରିଫାଇଣ୍ଡ ଅଟା ମଧ୍ୟ ରହିଥାଏ , ଯାହା ଡାଇଜେସନ ସିଷ୍ଟମ କୁ ସ୍ଲୋ କରି ଦେଇଥାଏ ଏବଂ ଅନ୍ତ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ l କେବଳ ଏତିକି ନୁହେଁ, ବିସ୍କୁଟ ରେ ସୋଡିୟମ ର ମାତ୍ରା ଅଧିକ ରହିଥାଏ l ତେଣୁ ଏହାକୁ ସେବନ କରିବା ଦ୍ୱାରା ହାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ l
– ଆପଣ ଏହା ଜାଣି ପାରିଥିବେ ଯେ ବିସ୍କୁଟ ଶରୀର ପକ୍ଷରେ କେତେ କ୍ଷତି କାରକ ଅଟେ l ନିଶ୍ଚିନ୍ତ ଭାବୁଥିବେ ଚା ସହିତ କଣ ସେବନ କରିବା ହିତକର ହୋଇଥାଏ, ଯଦି ଆପଣ ଚା ସହିତ ସେବନ କରିବାକୁ ଚାହୁଁଛନ୍ତି ତେବେ ବାସୀ ରୁଟି, ବୁଟ ଭଜା ଇତ୍ୟାଦି ସେବନ କରନ୍ତୁ l ଯାହାକି ଆପଣଙ୍କ ଇନ୍ସୁଲିନ କୁ କଣ୍ଟ୍ରୋଲ କରିବ ଓ ରକ୍ତ ଶର୍କରା ସ୍ତର କୁ ନିୟନ୍ତ୍ରଣ କରିବ l