Odisha news

ଖାଲି ପେଟରେ ସକାଳର ଚା କପ : ଆପଣଙ୍କ ପାଇଁ ଆଣିଥାଏ ଗ୍ୟାସ,ଏସିଡ଼ିଟି,ଦୁର୍ବଳ ହାଡ଼ ଓ ହାର୍ଟ ସମସ୍ୟା

0

ଆମେ ସକାଳର ଆରମ୍ଭ ଗୋଟିଏ ଚା କପ ରୁ କରିଥାଉ l ଆମର ଧାରଣା ରହିଥାଏ ଯେ ଚା ପିଇବା ଦ୍ୱାରା ନିଦ୍ରା ଦୂର ହୋଇଯାଇ ଥାଏ l ତେବେ ଆମେ ଜାଣି ରଖିବା ଉଚିତ ଯେ ଖାଲି ପେଟରେ ଚା ପିଇବା ଦ୍ୱାରା ଶରୀରର କେଉଁ ସବୁ କ୍ଷତି ହୋଇଥାଏ l

ଖାଲି ପେଟରେ କାହିଁକି ଚା ପିଇବା ଉଚିତ ନୁହେଁ ?

ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ଆମର ବାଇଲ ଜୁସ ଉପରେ ଏହାର ପ୍ରଭାବ ପଡିଥାଏ l ଲିଭର ରୁ କ୍ଷରଣ ହେଉଥିବା ଏହି ଜୁସ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ l ଏହା ର କାରଣରୁ ବାନ୍ତି,ମୁଣ୍ଡ ବୁଲାଇବା,ଛାତି ପୋଡା ଓ ପେଟ ଯନ୍ତ୍ରଣା ଇତ୍ୟାଦି ଦେଖା ଯାଇଥାଏ l

ଚା ପିଇବା ଦ୍ୱାରା ଏହିସବୁ କ୍ଷତି ହୋଇଥାଏ –
* ପେଟ ଫାମ୍ପିବା – ଚା ଆମର ଭୋକ କୁ କମାଇ ଦେଇଥାଏ l ଏହାକୁ ପିଇବା ପରେ କୌଣସି ଜିନିଷ ଖାଇବାକୁ ଇଛା ହୋଇ ନଥାଏ l ପେଟ ଫାମ୍ପିବା ସହିତ ଓଜନ ବୃଦ୍ଧି ହୋଇଥାଏ l

* ଅଲସର ସମସ୍ୟା – କିଛି ଲୋକଙ୍କର ଦିନରେ ୪ରୁ ପାଞ୍ଚ ଥର ଚା ପିଇବା ଅଭ୍ୟାସ ରହିଥାଏ l ଏହାଦ୍ୱାରା ପେଟ ଭିତର ର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇଥାଏ l ଦୀର୍ଘଦିନ ଧରି ଏହି ସମସ୍ୟା ରହିବା ଦ୍ୱାରା ଅଲସର ହୋଇଥାଏ l

* ଦୁର୍ବଳ ହୋଇଥାଏ ହାଡ଼ – ଖାଲି ପେଟରେ ଦୀର୍ଘ ଦିନରୁ ଚା ପିଇବା ଅଭ୍ୟାସ ରହିଥିଲେ ହାଡ଼ ଦୁର୍ବଳ ହେବାର ଦେଖା ଯାଇଥାଏ l ଚା ରେ ଥିବା କାଫିନ ହାଡ଼ ଉପରେ ଖରାପ ପ୍ରଭାବ ପକାଇ ଥାଏ l

* ହୃଦ ଘାତ ସମସ୍ୟା – ରାତି ରେ ଦୀର୍ଘ ସମୟ ଧରି ଶୋଇବା ଦ୍ୱାରା ଆମ ଶରୀରକୁ ଉଚିତ ପରିମାଣରେ ପାଣି ମିଳି ନଥାଏ l ଯେଉଁ କାରଣରୁ ଖାଲି ପେଟରେ ଅଚାନକ ଚା ପିଇବା ଦ୍ୱାରା ହାର୍ଟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ l

Leave A Reply